ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ବହୁ ପୁରାତନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏବଂ ଏସ୍. ଏମ୍. ସରକାରୀ ମହିଳା ମହାବିଦ୍ୟାଳୟ ରାଜରାସ୍ତାକୁ ଲାଗି ରହିଅଛି । ଏହି ଦୁଇଟି ମହାବିଦ୍ୟାଳୟ ଜିଲ୍ଲାର ବହୁ ପୁରାତନ ମହାବିଦ୍ୟାଳୟ । ଏହି ଦୁଇ ମହାବିଦ୍ୟାଳୟରେ ଶହ ଶହ ଛାତ୍ରଛାତ୍ରୀ ନିଜ ନିଜର ଭବିଷ୍ୟତ ଗଢିବା ନିମନ୍ତେ ଶିକ୍ଷା ଲାଭ କରିବା ପାଇଁ ବହୁ ଦୁରଦୂରାନ୍ତରୁ ଆସୁଛନ୍ତି । ପ୍ରବେଶ ଫାଟକ ନିକଟରେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ବିଶ୍ରାମାଗାର କିମ୍ବା ବସକୁ ଅପେକ୍ଷା କରିବା ନିମନ୍ତେ କୋଣସି ପ୍ରକାର ଆଶ୍ରୟସ୍ଥଳୀ ନଥିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ କେଉଁ ପାନ ଦୋକାନ, ଚା ‘ଦୋକାନ, ହୋଟେଲ, ବାରଣ୍ଡାରେ ରହି କଷ୍ଟ ପାଇବା ସହ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଯାହାକି, ସେମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେଉଛି । ଏ ସବୁକୁ ଆଖି ଆଗରେ ରଖି ଦୁଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ବିଶ୍ରାମ ନିମନ୍ତେ ମହାବିଦ୍ୟାଳୟ ନିକଟରେ ଯଥାଶୀଘ୍ର ଦୁଇଟି ବିଶ୍ରାମାଗାର ନିର୍ମାଣ ପାଇଁ ବିଜୁ ଜନତାଦଳର ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ବେହେରା ଓ ବିଜୁ ଜନତା ଦଳର ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ବେହେରା ଲିଖିତ ଆକାରରେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.