ବରଗଡ, (ମୁନ୍ନା ସାହୁ) : ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଆଜି ଠାରୁ ଧାନ କିଣା ବିକା ପ୍ରକ୍ରିୟା ଆରମ୍ଭ ହେବାକୁ ଡିଏଲ୍ପିସି ବୈଠକରେ ଘୋଷଣା କରାଯାଇଥିବା ବେଳେ ଚାଷୀଙ୍କ ନିକଟକୁ ଟୋକନ୍ କାହିଁକି ଆସିନାହିଁ ବୋଲି ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ପ୍ରଶ୍ନ କରାଯାଇଛି । ସଂଯୁକ୍ତ କୃଷକ ସଙ୍ଗଠନ, ବରଗଡ଼ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଲଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇ ଧାନ କିଣା ବିକାକୁ ନେଇ ସ୍ପଷ୍ଟୀକରଣ ମଗାଯାଇଛି । ଜିଲ୍ଲାରେ ଆଗୁଆ ଧାନ ହୋଇଥାଏ ଏବଂ ଚଳିତ ଥର ଧାନ କିଣା ବିକା ପ୍ରକ୍ରିୟା ବିଳମ୍ବ ହେଉଥିବା ଯୋଗୁଁ ଚାଷୀ କୁଇଣ୍ଟାଲ ପିଛା ୧୫୦୦ ରୁ ୧୬୦୦ ଟଙ୍କାରେ ଧାନ ବିକ୍ରି କରୁଥିବା ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଆହୁରି ଧାନ କାର୍ଡ ପଞ୍ଜିକରଣରୁ ବାଦ୍ ପଡ଼ିଥିବା ଚାଷୀଙ୍କ ପଞ୍ଜିକରଣ ଯଥାଶୀଘ୍ର କରିବାକୁ ସଂଗଠନ ପକ୍ଷରୁ ଦାବୀ କରାଯାଇଥିବା ବେଳେ ଚାଷୀଙ୍କ ପଞ୍ଜିକରଣ ନହେଲେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ।
Prev Post