ବରତୁଣ୍ଡା ପଞ୍ଚାୟତରେ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଗୃହ ବାଦ୍ ଅଭିଯୋଗରେ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଅନ୍ତୋଦୟ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ବାଦ୍ ଦିଆଯାଉଥିବା ନେଇ ସମିତି ସଭ୍ୟ ରାଇସ ମହମ୍ମଦ ବିଡ଼ିଓଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗ ମୁତାବକ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରସ୍ତୁତ ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ବାଦ୍ ଦିଆଯାଉଥିବା ନେଇ ଗତ ୧୦.୦୬.୨୫ ଦିନ ପ୍ରକୃତ ହିତାଧିକାରୀଙ୍କ ନାମ ବିଡ଼ିଓଙ୍କୁ ଦେଇଥିବା ଲିଖିତ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ତାପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏନେଇ ଆଜି ସମିତି ସଭ୍ୟ ଶ୍ରୀ ମହମ୍ମଦ ପ୍ରକୃତ ଯୋଗ୍ୟ ହିତାଧିକାରୀ ବିଧବା ମହିଳା ଅପସାନା ବେଗମ ସ୍ୱାମୀ ଇତର ମହମ୍ମଦ, ଗୌରବୁଡେକ, ପରୟମ ବି, ଭୂମିସୂତା ସାହୁ, ରମେଶ ସୁନା, ତାହାରା ବିବି, ପୀରବି, ମୁସଜରୀ ବେଗମ, ବିଭିଷଣ ଦିୱ।ଲ, ଉସମନ ଖାନ, ବିନୋଦିନୀ ବାଗ, ବେଣୁଧର ସାହୁ, ଲତା ସାହୁ, ଲୋଚନା ଖୁଆସଙ୍କ ନାମ ପୂର୍ବରୁ ବିଡ଼ିଓଙ୍କୁ ଅବଗତ କରାଇଥିଲେ ମଧ୍ୟ ଉକ୍ତ ଯୋଜନାରୁ ସେମାନଙ୍କୁ ବାଦ୍ ଦିଆଯାଇଛି ବୋଲି ସମିତି ସଭ୍ୟ ଶ୍ରୀ ମହମ୍ମଦ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ସମିତି ସଭ୍ୟଙ୍କୁ ପଞ୍ଚାୟତର ବୈଠକକୁ ନ ଡାକିବା, ମହାତ୍ମାଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମାଟି କାମ କରିବା ପାଇଁ ଅନୁମୋଦନ କରିଥିବା ବେଳେ ତିନି ତିନି ଥର ଫାଇଲ୍ ଉଭାନ ହୋଇଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ସେ ଦାବୀ କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ସମିତି ସଭ୍ୟଙ୍କ ସହ ଗୌର ବୁଡେକ, ସୁରୁସିଂ ଖୁଆସ, ବିଭୀଷଣ ଦିୱଲ, ଡୁଲାମଣି ବିଶି, ରମେଶ ସୁନା, ଭୂମିସୂତା ସାହୁ, ଉସମନ ଖାନ, ଅପାସନା ବେଗମ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.