ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଡାଙ୍ଗବାହାଲ ପଞ୍ଚାୟତର ବଡ଼ ଡୁଙ୍ଗୁରିପାଲି ଗ୍ରାମର ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ଶତାଧିକ ଗ୍ରାମବାସୀ ଉପ ଜିଲ୍ଲାପାଳ ପଦ୍ମପୁରଙ୍କୁ ଭେଟି ସେହି ଅଞ୍ଚଳରେ ବା ସେହି ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବିପତ୍ର ଦେଇଛନ୍ତି । ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ମହିଳାମାନେ ଗାଁରେ ମଦ ବିକ୍ରି ଡାକରା ଦେଇଛନ୍ତି । ସ୍କୁଲ ଛାତ୍ରଛାତ୍ରୀ ଓ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ତୂରନ୍ତ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଉପଜିଲ୍ଲାପାଳ ପଦ୍ମପୁରଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.