ସାହାରା ଇଣ୍ଡିଆରେ ଜମା ଟଙ୍କା ଫେରସ୍ତ ପାଇଁ ଦାବି ନେଇ ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ସାହାରା ଜମାକାରୀମାନେ ଜମା ଟଙ୍କା ଶୀଘ୍ର ପ୍ରଦାନ ଦାବି କରିବା ସହ ଆନ୍ଦୋଳନର ଚେତାବନୀ ଦେଇଥିଲେ । ବଙ୍ଗୋମୁଣ୍ଡା ଅଞ୍ଚଳର ଶହ ଶହ ଜମାକାରୀଙ୍କ ଜମା ଟଙ୍କା ବର୍ଷ ବର୍ଷ ପରେ ମଧ୍ୟ ମିଳିନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀଙ୍କ ନେତୃତ୍ୱରେ ଜମାକାରୀମାନେ ଏକତ୍ରିତ ହୋଇ ଏକ ଦାବିପତ୍ର ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ଦେଇଛନ୍ତି । ନିଜର କଷ୍ଟ ଉପାର୍ଜିତ ଟଙ୍କାକୁ ସାହାରାରେ ଜମା କରିଥିଲେ । ବର୍ଷ ବର୍ଷ ପରେ ମଧ୍ୟ ଟଙ୍କା ପାଇ ନଥିବାରୁ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ସରକାରୀ କାର୍ଯ୍ୟାଳୟ ଅଚଳ କରିଦେବା ପାଇଁ ଚେତାବନୀ ଦେଇଥିଲେ । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାର ଜ୍ୟୋତ୍ସ୍ନା ମାଝୀଙ୍କୁ ଦେଇଛନ୍ତି । ୧୧ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ଅପେକ୍ଷା କରିଛୁ । ଯଦି ନ ହୁଏ, ତେବେ ଆମେ ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟରେ ଅର୍ଥନୈତିକ ଅବରୋଧ କରି ପ୍ରତିବାଦ କରିବା ସହିତ ପରବର୍ତ୍ତୀ ପଦକ୍ଷେପ ନେବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିଣ୍ଟୁ ଦାସ, ମଣ୍ଟୁ ସରାଫ, ପିଣ୍ଟୁ ସାହୁ, ତ୍ରିନାଥ ବାରିକ, ସଞ୍ଜୟ ସାହୁ, ବାଳକୃଷ୍ଣ ଭାଟି, ବୁନ୍ଦୋ ସା, ଗୋବର୍ଦ୍ଧନ ସା, ଦୈତାରୀ ଯୁଗନିଆ, ରଞ୍ଜନ ସାହୁଙ୍କ ସହ ବହୁ ଜମାକାରୀମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.