ନୃସିଂହନାଥରେ ଝାଙ୍କର ଡେରା ନିର୍ମାଣ ପାଇଁ ସାଂସଦଙ୍କୁ ଦାବୀ ପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ବିଭିନ୍ନ ଗ୍ରାମରେ ତଥା ବୋଡାସମ୍ବର ଅଂଚଳରେ କାର୍ଯ୍ୟରତ ଝାଙ୍କର ମାନେ (ଗ୍ରାମ୍ୟ ଦେବା ଦେବୀ ପୂଜକ) ନୃସିଂହନାଥଠାରେ ଏକ ଝାଙ୍କର ଡେରା (ବିଶ୍ରାମସ୍ଥଳୀ) ନିର୍ମାଣ ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ବିଶେଷ କରି ଝାଙ୍କରମାନେ ପାରମ୍ପାରିକ ବିବାହ, ରୀତିନୀତି, ଗ୍ରାମ୍ୟ ଦେବଦେବୀ ପୂଜନ କରି ଆସୁଛନ୍ତି । ପ୍ରତ୍ୟେକ ଗ୍ରାମରେ ଝାଙ୍କରମାନଙ୍କ ପ୍ରତି ସ୍ୱତନ୍ତ୍ର ସମ୍ମାନ ରହିଛି । ବିଭିନ୍ନ ପର୍ବ ପର୍ବାଣୀରେ ଝାଙ୍କରମାନେ ପ୍ରସିଦ୍ଧ ନୃସିଂହନାଥ ଆସିଥାନ୍ତି । ସେମାନଙ୍କ ବିଶ୍ରାମ ନେବା ପାଇଁ ବହୁ ସମସ୍ୟା ହେଉଛି । ତେଣୁ ଜିଲ୍ଲାର ବିଭିନ୍ନ ଅଂଚଳର ଝାଙ୍କରମାନେ ସାଂସଦଙ୍କ ସହ ଆଲୋଚନା କରିଛନ୍ତି । ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବା ପାଇଁ ସ୍ଥାନୀୟ ନୃସିଂହନାଥଠାରେ ଏକ ଝାଙ୍କର ଡେରା ନିର୍ମାଣ ପାଇଁ ସାଂସଦ ପ୍ରଦୀପ ପୁରୋହିତଙ୍କୁ ନିବେଦନ କରିଛନ୍ତି । ପ୍ରତିକ୍ରିୟାରେ ସାଂସଦ ଆବଶ୍ୟକୀୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସାଂସଦଙ୍କ ଆଲୋଚନା ସମୟରେ ଝାଙ୍କରମାନଙ୍କ ସଭାପତି ଉମେଶ ସିଦାର, ସଂପାଦକ ଲୋକନାଥ, କୋଷାଧ୍ୟକ୍ଷ ବାଳକୃଷ୍ଣ ଧରୁଆ, ଉପଦେଷ୍ଟା ସୁରେନ୍ଦ୍ର ସାହୁ, କେଶବ ବରିହା, ଚୈତନ୍ୟ ନେଗୀ, ଗୌରାଙ୍ଗ ବଗର୍ତ୍ତୀ ସହ ବୋଡା ସମ୍ବର ଅଞ୍ଚଳ୧୦ ଖଣ୍ଡ ମୌଜାର ଝାଙ୍କର ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.