ଚୁଡାପାଲିକୁ ବ୍ଲକ ମାନ୍ୟତା ଦାବି ନେଇ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଚୁଡାପାଲି ପଂଚାୟତକୁ ବ୍ଲକ ମାନ୍ୟତା ଦାବିରେ ଚୁଡାପାଲି ବ୍ଲକ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପାଟଣାଗଡ ସ୍ଥିତ ବାସଭବନରେ ସାକ୍ଷାତ କରି ବ୍ଲକ ପୁର୍ନଗଠନରେ ଚୁଡାପାଲି ଗ୍ରାମ ପଂଚାୟତକୁ ସାମିଲ କରିବା ଓ ବ୍ଲକ ଗଠନର ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରି ଏକ ଦାବିପତ୍ର ଦିଆଯାଇଥିଲା । ରାଜ୍ୟସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୁଜାରୀଙ୍କୁ ବଲାଙ୍ଗିର ସାର୍କିଟ ହାଉସ ଠାରେ ସାକ୍ଷାତ କରି ଚୁଡାପାଲିକୁ ବ୍ଲକ ଗଠନର ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ର ରେଜିଷ୍ଟ୍ରି ମାଧ୍ୟମରେ ପଂଚାୟତରାଜ ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ସେକ୍ରେଟେରୀ ପଂଚାୟତିରାଜ ଓ ଜିଲ୍ଲପାଳ ବଲାଙ୍ଗିରକୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଥିଲା । ବ୍ଲକ ଗଠନରେ କ୍ରିୟାନୁଷ୍ଠାନର ପ୍ରତିନିଧି ଦଳ ଗୌନ୍ତିଆ ଲୋକନାଥ କୁମୁରା, ଲଛମନ ମହାକୁର, ନରେଶ ଅଗ୍ରୱାଲ, ଅକ୍ଷୟ ଘିଭେଲା, ସୁଶିଲ ବେହେରା, ଅନିଲ ଅଗ୍ରୱାଲ, ଲବ ବାରିକ, ଚେତରାମ ବେହେରା, ରାମେଶ୍ୱର କାନ୍ତି ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.