oom

ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କୁ ଭବାନୀପାଟଣା ସର୍କିଟ ହାଉସରେ ସାକ୍ଷାତ କରି ଏକ ୧୦ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରମୁଖ ଦାବୀ ମାନଙ୍କ ମଧ୍ୟରେ ୨୦୦୮ ମସିହା ପରେ ଅନୁଦାନପ୍ରାପ୍ତ କଲେଜ ମାନଙ୍କରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ଅନୁଦାନ ପରିସରଭୁକ୍ତ କରାଯାଉ, ଏସ୍‌ଏଏମ୍‌ଏସ୍‌ରେ କାର୍ଯ୍ୟରତ ଡିଇଓ ମାନଙ୍କୁ ଅନୁଦାନ ପ୍ରଦାନ କରାଯାଉ । ପରିବର୍ତ୍ତିତ ନୂତନ ଅନୁଦାନ ନୀତି ୨୦୨୪ରେ ଅନ୍ତର୍ଭୁକ୍ତ ୪୮୮/୬୬୨ବର୍ଗ କଲେଜ କର୍ମଚାରୀ ଶିକ୍ଷକ ମାନଙ୍କୁ ଚାକିରୀ ଯୋଗଦାନ ଠାରୁ ଗଣନା କରି ବରିଷ୍ଠତା ଭିତ୍ତିରେ ଅନୁଦାନ ପ୍ରଦାନ ଓ ସପ୍ତମ ବେତନ ପ୍ରଦାନ କରାଯାଉ । ଅଧ୍ୟାପକ ମାନଙ୍କୁ ସରକାରୀ ତୁଲ୍ୟ ପ୍ରାରମ୍ଭିକ ଦରମା ଲେବେଲ -୧୨ ଓ ପିଜିଟି ମାନଙ୍କୁ ଲେବେଲ ୧୧ରେ ସ୍ଥିର କରାଯାଉ ଆଦି ଦାବୀ କରାଯାଇଛି । ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଡ଼. ଦୁଷ୍ମନ୍ତ ନାୟକ, ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣୟ କୁମାର ତ୍ରିପାଠୀ, ଉପ ସଭାପତି ଭୁବନ ମୋହନ ଠାକୁର, ସମ୍ପାଦକ ସୁଶାନ୍ତ କୁମାର ପାଢ଼ୀ, ସଂଗଠନ ସଭାପତି ବିନୋଦ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରବୀଣ କୁମାର ବେହେରାଙ୍କ ନେତୃତ୍ୱରେ ବିଭିନ୍ନ କଲେଜର କର୍ମଚାରୀ ଅଧ୍ୟାପକ ଏବଂ କର୍ମଚାରୀ ମାନେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଥିଲେ ଏବଂ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.