oom

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ପଦ୍ମପୁରରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ : ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଗଣହତ୍ୟା, ଧର୍ଷଣ, ସମ୍ପତ୍ତି ଲୁଣ୍ଠନ ବିରୁଦ୍ଧରେ ଆଜି ବରଗଡ ଜିଲ୍ଲା ପଦ୍ମପୁରରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ରାଜାଜୀ ଟାଉନ ହଲ୍‌ ଠାରୁ ବାହାରି ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରଯାଇଛି ଏବଂ ଭାରତ ସରକାରଙ୍କୁ ଚାପ ପକାଇବା ପାଇଁ ଆଜି ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବାଙ୍ଗଳାଦେଶରେ ହିନ୍ଦୁ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ସମ୍ପୂର୍ଣ୍ଣ ଭାବେ ରୋକିବା ଉଦ୍ଦେଶ୍ୟରେ ଏହି ଜନ ଜାଗରଣ ମାଧ୍ୟମରେ ସାରା ଭାରତରେ ଆଜି ହିନ୍ଦୁ ମାନଙ୍କୁ ଏକ ହେବାକୁ ପଡ଼ିବ ବୋଲି ମତ ରଖି ଆନ୍ଦୋଳନକାରୀ ଶୋଭାଯାତ୍ରାରେ ବାଂଲାଦେଶୀ ଗୋ ବେକ୍ ଗୋ ବେକ ନାରା ଦେଇଥିଲେ । ଆଜିର ଏହି ଶୋଭାଯାତ୍ରାରେ ଡ଼. ବାଞ୍ଛାନିଧି ପଣ୍ଡା, ଭକ୍ତଚରଣ ସାହୁ, ପ୍ରତାପ ମିଶ୍ର, ଜୟନାରାୟଣ ତ୍ରିପାଠୀ, ସୁରେଶ ରାମ ଚନ୍ଦାନୀ, ଚିନ୍ମୟ କୁମାର ପଣ୍ଡା, ନୂତନ କୁମାର ସାହୁ, ପ୍ରତାପ ନାଥ, ଶିରିଷ କୁମାର ବହିଦାର, ଜ୍ୟୋସ୍ନା ରାଣୀ କର, କେଶବ ଜାଲ, ସୁନୀଲ ଅଗ୍ରୱାଲ, ଅଜୁ ପଟ୍ଟନାୟକ, ଅଙ୍କିତ ରାମ ଚନ୍ଦାନୀ ଓ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.