ବଲାଙ୍ଗିର, (କେପିଏନ୍ଏସ୍ ) : ସ୍ଥାନୀୟ ଠିକାଦାର ପଡା ସ୍ଥିତ ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ସଭାଗୃହର ଉଦ୍ଘାଟନ ଅବସରରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ରାଜ୍ୟ ଓବିସି ମଞ୍ଚର କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଳ, ଜିଲ୍ଲା ଓବିସି ମଞ୍ଚ ସଂଯୋଜକ ସରୋଜ କୁମାର ମେଶ୍ଵା ଏବଂ ନବସେତୁର ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ବିଶ୍ଵାଳ । ଏହି ଅବସରରେ ପ୍ରଦେଶୀ ବିଶ୍ୱାଳ କହିଲେ ଯେ, ଓଡ଼ିଶାରେ ମଣ୍ଡଳ କମିସନ ସୁପାରିଶ କ୍ରମେ ୫୨ ପ୍ରତିଶତ ଜନସଂଖ୍ୟା ୫୨ ପ୍ରତିଶତ ଶିକ୍ଷା ଓ ଚାକିରି କ୍ଷେତ୍ରରେ ନିଯୁକ୍ତି ପାଇବା କଥା କିନ୍ତୁ ଆଦୌ ପାଉନାହାନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ୨୭ପ୍ରତଶତ ସ୍ଥାନରେ ମିଳୁଛି ୧୧.୨୫ ପ୍ରତିଶତ, ତାହା ପୁଣି ଏସ୍ଇବିସି ମାନଙ୍କୁ ଓବିସିଙ୍କୁ ନୁହେଁ । ଶ୍ରୀ ବିଶ୍ଵାଳ କହିଲେ ଯେ, ତ୍ରିସ୍ତରୀୟ ପଞ୍ଚାୟତିରାଜ ଓ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଜନ ପ୍ରତିନିଧିତ୍ଵ ପାଇଁ ଓବିସି ବର୍ଗର ଜନସାଧାରଣଙ୍କୁ ସମ୍ବିଧାନର ଧାରା ୨୪୩(ଡି) ୬ରେ ପ୍ରାବଧାନ ଥିଲେ ହେଁ, ଓଡ଼ିଶା ସରକାର ବିଭିନ୍ନ ଆଳ ଦେଖାଇ ଉଲ୍ଲଂଘନ କରୁଛନ୍ତି । ଏଣୁ ଓବିସି ଓଡ଼ିଶାରେ ଅନ୍ତତଃ ୨୭ ପ୍ରତିଶତ ଶିକ୍ଷା ଓ ଚାକିରି କ୍ଷେତ୍ରରେ ନିଯୁକ୍ତି ପାଇଁ ଏବଂ ୨୦୨୫ ଜାତୀୟ ଜନଗଣନାରେ ଜାତିଭିତ୍ତିକ ଅନୁଯାୟୀ ଜନଗଣନା କରାଯିବା ପାଇଁ ସରକାରଙ୍କୁ ଚାପ ପ୍ରୟୋଗ ପାଇଁ ଶ୍ରୀ ବିଶ୍ଵାଳ ବଲାଙ୍ଗିର ବିଧାୟକଙ୍କୁ ଅନୁରୋଧ କରିଥିଲେ ।