jayashree

ଛାତ୍ରୀ ସୁରକ୍ଷା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ନାରୀ ନିର୍ଯ୍ୟାତନା ଶୋଷଣ ଦିନକୁ ଦିନ ବଢି ଚାଳିଛି । ମହିଳାଙ୍କୁ ଆତ୍ମରକ୍ଷା, ସୁରକ୍ଷା ନିହାତି ଆବଶ୍ୟକ । ଏହାର କିଛି ପ୍ରତିକାର ସ୍ୱରୁପ ସ୍କୁଲ କଲେଜ ଛାତ୍ରୀମାନଙ୍କୁ ସଚେତନ କରିବା ଏବଂ ଆତ୍ମ ସୁରକ୍ଷା ପାଇଁ ତାଲିମ କାର୍ଯ୍ୟକ୍ରମ କରିବା ପାଇଁ ପଶ୍ଚିମ ଓଡିଶା ମହିଳା ସଂଗଠନ ସିଦ୍ଧାନ୍ତ ନେଇଛି । ସେହି ହେତୁ ଆଜି ସଭାନେତ୍ରୀ ସବିତା ନନ୍ଦଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟା ବୃନ୍ଦ ଜିଲ୍ଲାପାଳଙ୍କୁ ଭେଟି ଏହା ଉପରେ ବିଷଦ ଆଲୋଚନା କରି କାର୍ଯ୍ୟକ୍ରମ ପାଇଁ ଅନୁମତି ମାଗିଛନ୍ତି । ଜିଲ୍ଲାପାଳ ଉକ୍ତ କାର୍ଯ୍ୟକ୍ରମକୁ ସମର୍ଥନ ପୂର୍ବକ ଉତ୍ସାହିତ କରି ପ୍ରତିଶୃତି ଦେଇଛନ୍ତି । ସଂଗଠନ କାର୍ଯ୍ୟକର୍ତ୍ତା ସୀମାରାଣୀ ଗଡତିଆ, ପ୍ରେମସିଲା ସାହୁ, ମୁନକି କଠାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.