centurian jitm

କୋସଲି ହକ୍‌ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

nschool
  • ଅଷ୍ଟମ ସୂଚୀରେ ସାମିଲ ଓ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷା ପାଇଁ ଦାବୀ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଆଜି କୋଶଲ ଯୁବ ଶକ୍ତି, ବଙ୍ଗୋମୁଣ୍ଡା ଅନୁଷ୍ଠାନ ତରଫରୁ ବଙ୍ଗୋମୁଣ୍ଡା ବିଡିଓ ଜରିଆରେ ବଙ୍ଗୋମୁଣ୍ଡା ଠାରେ କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦିଆହେଇଛି । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ କୋସଲି ଭାଷା ଠାରୁ କମ୍‌ ବ୍ୟବହାର କରୁଥିବା ବୋଡୋ ଓ ଡୋଗରି ପରି ଭାଷା ଅଷ୍ଟମ ସୂଚୀରେ ସାମିଲ ହୋଇସାରିଛି ତାହେଲେ କୋସଲି କାହିଁକି ନୁହେଁ ? ଦେଶର ୧୫ରୁ ଅଧିକ ରାଜ୍ୟରେ ଗୋଟିଏରୁ ଅଧିକ ସରକାରୀ ଭାଷା ପ୍ରଚଳନ ହେଉଥିବା ବେଳେ ଓଡିଶାରେ ଦୁଇଟି ସରକାରୀ ଭାଷା କାହିଁକି କରୁନାହାନ୍ତି ଓଡିଶା ସରକାର ବୋଲି ଦାବୀ ଉଠିଛି । କୋସଲିକୁ ଓଡିଶାର ଦ୍ୱିତୀୟ ସରକାରୀ ଭାଷା ରୂପେ ପ୍ରଚଳନ କଲେ ବିଶେଷକରି ପଶ୍ଚିମ ଓଡିଶାରେ ଶାସନ ପାଇଁ ସୁବିଧା ହୋଇପାରିବ । ଏହା ବ୍ୟତୀତ ଓଡିଶାରେ ଯଦି ଉର୍ଦ୍ଦୁ ଏକାଡେମୀ ସରକାର ଗଠନ କରିଛନ୍ତି ତାହେଲେ କୋସଲି ଭାଷା ସାହିତ୍ୟ ପାଇଁ ଏକାଡେମୀ ଗଠନ କରାଯାଉ ବୋଲି ଦାବି ହେଇଛି । ତଥା ବିଭିନ୍ନ ଆଦିବାସି ଭାଷାରେ ପ୍ରାଥମିକ ଶିକ୍ଷା ପ୍ରଚଳନ କରୁଛନ୍ତି ହେଲେ କୋସଲି ଛୁଆକୁ କାହିଁକି ତାର ମାତୃଭାଷାରେ ପାଠ ପଠିବା ପାଇଁ ବଂଚିତ କରାଯାଇଛି ବୋଲି ସରକାରଙ୍କୁ ଦାବୀ କରାହେଇଛି । ଶୀଘ୍ର କୋସଲି ଭାଷୀ ଲୋକଙ୍କ ଦାବୀ ଗୁଡିକୁ ସମ୍ମାନ ଜଣାଇ ଓଡିଶାର କୋସଲି ଲୋକମାନଙ୍କ ଭାଷାଗତ ଅଧିକାର ତୁରନ୍ତ ପ୍ରଦାନ କରିବା ପାଇଁ ଦାବୀ ହୋଇଛି । ଦାବୀପତ୍ର ପ୍ରଦାନ ବେଲେ କୋସଲ୍ ଯୁବ ଶକ୍ତି ବଙ୍ଗୋମୁଣ୍ଡା ଆବାହକ କେକି ସିଂ ଭୋଇ, କାର୍ଯ୍ୟକାରୀ ସଭାପତି ଦ୍ରୋପଦ ବାରିକ୍, ଉପ ସଭାପତି ନିଳକଣ୍ଠ ବାରିକ୍, ପ୍ରକାଶ ରଣା, ବଂଶୀଧର ବାଗ, ସଞ୍ଜୟ ଗହୀର, ରାଜୁ ହାତୀ, ଅନନ୍ତ ବାଗ, ବୈରାଷ୍ଟ୍ର ରଣା, ନିଲ କହଁର, ସଂକେତ ଭୋଇ, ଉପେନ୍ ସାହୁ, ଜଗଦାନନ୍ଦ ଜାନି, ଗଣେଶ ବାଗ, ଗିତବାସ ପୁଟେଲ, କ୍ଷୀର ଖର୍ସେଲ, ଆଭାସ ସିଂ ଭୋଇ ,ମୁଦ୍ରିତ ଭୋଇ, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.