‘ନୂଆଁଖାଇ’ ତିନ୍‌ ଦିନ୍‌ ଛୁଟି ଲାଗି ଦାବିପତ୍ର ଦେଲା ପରବାସି କୁଟୁମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ । ମାଁ ମାଏଟ୍‌ ଅସ୍ମିତାର ସାଙ୍ଗେ ଜୁଡ଼ିହେଇଥିବାର ଇ ତିହାର ଆମର୍‌ ଗୌରବ ଆର୍‌ ସ୍ୱାଭିମାନ ହେଇ ସାରିଛେ । ଜେ ଜାହିଁ ଥିଲେ ଯେତେ ଦୁରେ ଥିଲେ ଭି ଇ ଦିନେ ସଭେ ଗାଁ କେ ଫିରସନ୍‌ । ତିହାର୍‌ର ପ୍ରସ୍ତୁତି, ନୂଆଁଖାଇ ଆର୍‌ ନୂଆଁଖାଇ ବାସି ଫି ବଛର୍‌ ତିନ୍‌ ଦିନ୍‌ ସରକାରି ଛୁଟି ଘୋଷଣା କରବାର୍‌ ଲାଗି ଆଜି ବିଧାନସଭାରେ ପରବାସି କୁଟୁମ୍‌ ତରଫୁ ଦାବିପତ୍ର ଦିଆଜାଇଛେ । ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପରବାସି କୁଟୁମ୍‌ ତରଫୁ ସଭାପତି କପିଳେଶ୍ଵର ଖମାରି, ଉପସଭାପତି ସଂଗୀତା ପଣ୍ଡା ଷଡ଼ଙ୍ଗୀ, ସମ୍ପାଦକ ସଚ୍ଚିଦାନନ୍ଦ ପଧାନ, ସହ ସମ୍ପାଦିକ ମାନିନୀ ମେହେର, କୋଷାଧ୍ୟକ୍ଷ ଗଣେଶ ମେହେରଙ୍କ ଦସ୍ତଖତ ସମ୍ମିଳିତ ଦାବିପତ୍ର କେ ସଂଯୋଜକ ଉମାକାନ୍ତ ଭୋଇ ଆର୍‌ ସମୀର ପଧାନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କେ. ଭି ସିଂଦେଓ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ, ବିଜେପୁର ବିଧାୟକ ସନତ କୁମାର ଗଡତିଆ, ଅତାବିରା ବିଧାୟକ ନିହାର ମହାନନ୍ଦ, କ୍ୟାବିନେଟ ମନ୍ତ୍ରୀ ରବିନାରାୟଣ ନାୟକ, ବ୍ରଜରାଜ ନଗର ବିଧାୟକ ସୁରେଶ କୁମାର ପୁଜାରୀ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କୁ ପରବାସି କୁଟୁମ୍‌ ତରଫୁ ଆଜି ବିଧାନସଭାରେ ଦାବିପତ୍ର ଦିଆଯାଇଥିଲା ।

Leave A Reply

Your email address will not be published.