ବ୍ଲକ ସାମ୍ବାଦିକ ସଂଘ ଭବନ ପାଇଁ ଜମି ଯୋଗାଇବା ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ଭବନ ନିର୍ମାଣ ପାଇଁ ଜମି ଯୋଗାଇ ଦେବା ପାଇଁ ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ନେତୃତ୍ୱରେ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋସ୍ନା ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଜମି ଯୋଗାଇ ଦିଆଯିବ ବୋଲି ତହସିଲଦାର ପ୍ରତିଶୃତି ଦେଇଥିଲେ । ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସବୁ ବେଲେ ଅଂଚଳର ବିଭିନ୍ନ ସମସ୍ୟାକୁ ଖବର ମାଧ୍ୟମରେ ସରକାରଙ୍କ ଠାରେ ଉପସ୍ଥାପନ କରିଥାନ୍ତି । କିନ୍ତୁ ସାମ୍ବାଦିକ ଭବନ ଟିଏ ନଥିବାରୁ ସାମ୍ବାଦିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଦାବିପତ୍ର ଦେବା ସମୟରେ କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ସମ୍ପାଦକ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ, ଯାଦବ ଉପଦେଷ୍ଟା ଅଶୋକ କୁମାର ଖମାରୀ, ଆଇନ ପରାମର୍ଶଦାତା ହେମନ୍ତ କୁମାର ନାଏକ, ସଦସ୍ୟ ସୁଶାନ୍ତ କୁମାର ବେହେରା, ସୁଶାନ୍ତ ଥନାପତି ପ୍ରମୁଖଙ୍କ ସହ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.