ପାଇକମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଓ ଷ୍ଟାପ୍ ନିଯୁକ୍ତି ପାଇଁ ବିଜେପି ପକ୍ଷରୁ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଦାବିପତ୍ର ପ୍ରଦାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ଗୋଷ୍ଠୀ ସ୍ୟାସ୍ଥ୍ୟ କେନ୍ଦ୍ରରେ ଦୀର୍ଘଦିନ ଧରି ବିଶେଷଜ୍ଞ ଡାକ୍ତର ଓ ଷ୍ଟାପ୍ ପଦବୀ ନିଯୁକ୍ତି ନେଇ ବିଜେପି ପକ୍ଷରୁ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଏକ ସମ୍ମିଳିତ ଦାବି ପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଗୋଷ୍ଠୀ ସ୍ୟାସ୍ଥ୍ୟ କେନ୍ଦ୍ରରେ ଷ୍ଟାପ୍ ଅଭାବ ଯୋଗୁଁ ଦୈନଦିନ ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ଚିକିତ୍ସା ପାଇବାରେ ଘୋର ଅସୁବିଧାରର ସମ୍ମୁଖୀନ ହେଉଛନ୍ତି । ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ୩ରୁ ୪ ଜଣ ଡାକ୍ତର ଆବଶ୍ୟକ ରହିଛି । ଡାକ୍ତର ନିଯୁକ୍ତ ହେଲେ ରୋଗୀମାନେ ଉତ୍ତମ ସେବା ପାଇପାରିବେ ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବି କରାଯାଇଛି । ଏହା ବ୍ୟତୀତ ଜଣେ ଡ୍ରେସିଂନର ଓ ଆସିଣ୍ଟାଣ୍ଡ ଫାର୍ମାସିସ୍ ଡାକ୍ତର ଜଣଙ୍କୁ ନିଯୁକ୍ତ କଲେ ଅଞ୍ଚଳ ଲୋକ ବହୁ ଉପକାର ପାଇ ପାରିବେ ବୋଲି ବିଜେପି ଦାବି କରୁଛି । ଅନ୍ୟ ପକ୍ଷରେ ଷ୍ଟାପ୍ ରହୁଥିବା ଗୃହର ମରାମତି ପାଇଁ ମଧ୍ୟ ଦାବି କରାଯାଇଛି । ଦାବି ପତ୍ର ପ୍ରଦାନ ସମୟରେ ଜିଲ୍ଲା ବିଜେପି ସଭାପତି ସରୋଜ ସାମଲ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମୁକ୍ତା ସାହୁ, ଗୋବର୍ଦ୍ଧନ ଅଗ୍ରୱାଲ, ଡା. ଲମ୍ବୋଦର ପଣ୍ଡା, ସତ୍ୟ ନାରାୟଣ ବେହେରା, ସୁଶାନ୍ତ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।