oom

ହଳଦୀ ଫାଇଭ୍‌-ଟି ହାଇସ୍କୁଲ ରକ୍ଷଣାବେକ୍ଷଣ ଦାୟିତ୍ଵ ରତ୍ନେଶ୍ୱରୀ ପରିବର୍ତ୍ତେ ଜୟ ମଙ୍ଗଳା ଏସ୍‌ଏଚ୍‌ଜିକୁ ଦେବା ପାଇଁ ୨୧ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଫାଇଭ୍‌-ଟି ହାଇସ୍କୁଲ ରକ୍ଷଣାବେକ୍ଷଣ ଦାୟିତ୍ଵ ପାତଳପଡ଼ା ଗ୍ରାମର ରତ୍ନେଶ୍ୱରୀ ଏସ୍‌ଏଚ୍‌ଜି ପରିବର୍ତ୍ତେ ହଳଦୀ ଗ୍ରାମର ଜୟ ମଙ୍ଗଳା ଏସ୍‌ଏଚ୍‌ଜିକୁ ଦେବା ପାଇଁ ଗ୍ରାମର ୨୧ଟି ମହିଳା ଗୋଷ୍ଠୀ ବିଡିଓଙ୍କୁ ଆଜି ଦାବୀପତ୍ର ପ୍ରଦାନ କରି ଅନୁରୋଧ କରିଛନ୍ତି । ରତ୍ନେଶ୍ୱରୀ ଏସ୍‌ଏଚ୍‌ଜି ସରକାରଙ୍କ ଅଙ୍ଗନବାଡ଼ି କେନ୍ଦ୍ରକୁ ପୋଷାକ ବଣ୍ଟନ, ଛତୁଆ ବଣ୍ଟନ, ମଧ୍ୟାହ୍ନ ଭୋଜନ ବଣ୍ଟନ ଓ ସିଲେଇ ମେସିନ କାର୍ଯ୍ୟରେ ନିୟୋଜିତ ହୋଇଛି । ଯଦି ସବୁ କାର୍ଯ୍ୟ ଗୋଟିଏ ଏସ୍‌ଏଚ୍‌ଜି ହାତେଇ ନେବ ତେବେ ଅନ୍ୟ ଗ୍ରୁପର ଉନ୍ନତି କେମିତି ହେବ ବୋଲି ମହିଳା ଗୋଷ୍ଠୀ ପ୍ରଶ୍ନ କରିଛନ୍ତି ।ହଳଦୀ ଜୟ ମଙ୍ଗଳା ମହିଳା ଗୋଷ୍ଠୀ ସରକାରଙ୍କ ସମସ୍ତ ପ୍ରକାର ଗାଇଡ ଲାଇନ ପାଳନ କରୁଥିବାରୁ ରତ୍ନେଶ୍ଵରୀ ପରିବର୍ତ୍ତେ ଜୟ ମଙ୍ଗଳା ମହିଳା ଗୋଷ୍ଠୀଙ୍କୁ ହଳଦୀ ଫାଇଭ୍‌-ଟି ହାଇସ୍କୁଲ ରକ୍ଷଣାବେକ୍ଷଣ ଦାୟିତ୍ଵ ପ୍ରଦାନ କରିବାକୁ ଏହି ୨୧ଟି ମହିଳା ଗୋଷ୍ଠୀ ଦାବୀ କରିଛନ୍ତି । ମୁରିବାହାଲ ବ୍ଲକ ସେକ୍ସନ ଅଫିସର ରାଜେନ୍ଦ୍ର ନାୟକ ଦାବୀପତ୍ର ଗ୍ରହଣ କରିଥିଲେ । ହଳଦୀ ପଞ୍ଚାୟତ ସରପଞ୍ଚ ସୌମିନା ସେଠ, ସମିତି ସଭ୍ୟ ଟୁନାମଣି ମହାନନ୍ଦ, ନାଏବ ସରପଞ୍ଚ ଦିଗାମ୍ବର ବାଗ, ସୁଲକ୍ଷଣୀ ବାଗ, ସସ୍ମିତା ସା, କୌଶଲ୍ୟା ମଲ୍ଲିକଙ୍କ ସହ ହଳଦୀ ଓ ପାତଳପଡା ଗ୍ରାମର ୨୧ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଭାନେତ୍ରୀ, ସମ୍ପାଦିକା, ହାଇସ୍କୁଲ ପରିଚାଳନା କମିଟି ସଭ୍ୟସଭ୍ୟା, ଗ୍ରାମର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ଲିଖିତ ଦସ୍ତଖତ ଥିବା ଦାବୀପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.