jayashree

ଦେହଲି ଚାନ୍ଦିଲି ପାହାଡ଼ର ଝାଡ଼େଶ୍ୱର ମହାଦେବ ମନ୍ଦିରର ଉନ୍ନତି ନେଇ ମୁଖ୍ୟମନ୍ତ୍ରୀ ଉର୍ଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଦେହଲି ଚାନ୍ଦିଲି ପାହାଡ଼ର ଝାଡ଼େଶ୍ୱର ମହାଦେବ ମନ୍ଦିରର ଉନ୍ନତି ନେଇ ମନ୍ଦିର କମିଟି ସଦସ୍ୟ ଓ ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ ନେତୃତ୍ୱରେ ଏକ ଦାବୀପତ୍ର ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ବଙ୍ଗୋମୁଣ୍ଡା ବିଡିଓ ରିପୁନାଥଙ୍କ ଜରିଆରେ ପ୍ରଦାନ କରାଯାଇଛି । ବହୁ ପୁରାତନ ଏହି ଝାଡ଼େଶ୍ୱର ମହାଦେବ ମନ୍ଦିର ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଥିବା ବେଳେ ଏହି ମନ୍ଦିରର ଉନ୍ନତି, ପର୍ଯ୍ୟଟନ ସ୍ଥଳୀର ମାନ୍ୟତ୍ୟ ଓ ଏହାର ପୁନଃଉଦ୍ଧାର କରିବା ପାଇଁ ଦାବୀ କରିଛନ୍ତି । ଏହି ଦାବୀପତ୍ର ଦେବା ପାଇଁ ମନ୍ଦିର କମିଟି ଓ ନେତା ଉପସ୍ଥିତ ଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହୋଇଥିବା ବେଳେ ଏହି ପୀଠର ବିକାଶ ହେଲେ ପର୍ଯ୍ୟଟକମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି । ଏଥିରେ ବରିଷ୍ଠ ବିଜେଡି ନେତା ଅଜୟ ଦାସ, ମନ୍ଦିର ପରିଚାଳନା କମିଟିର ସଭାପତି ବିଷମ ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.