ଅଙ୍ଗନୱାଡି ପଦବୀ ଚୟନ ଓ ନିଯୁକ୍ତିରେ ଲିଖିତ ପରୀକ୍ଷା ପାଇଁ ସିଡିପିଓଙ୍କୁ ଦାବୀପତ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ବ୍ଲକରେ ଚଳିତ ବର୍ଷ ୨୦୨୧ରେ ଅଙ୍ଗନୱାଡି ପଦବୀ ଚୟନ ଓ ନିଯୁକ୍ତିରେ ଲିଖିତ ପରୀକ୍ଷା ପାଇଁ ସିଡିପିଓଙ୍କୁ ବଙ୍ଗୋମୁଣ୍ଡା ଅଞ୍ଚଳର ଯୁବଗୋଷ୍ଠୀ ମାନଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଅଭିଯୋଗ ଅନୁସାରେ, ଚଳିତ ବର୍ଷ ୨୦୨୧ରେ ହେଉଥିବା ଅଙ୍ଗନୱାଡି ନିଯୁକ୍ତି ପ୍ରକ୍ରିୟା, ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ କରାଯାଉ, କାରଣ ପ୍ରାଥମିକ ବିଦ୍ୟାଳୟ ଯିବା ପୂର୍ବରୁ ଶିଶୁ ପ୍ରାକ୍‌-ବିଦ୍ୟାଳୟ(ଅଙ୍ଗନୱାଡି)ରେ ପଢିଥାଏ । ତେଣୁ ସେହି ଅଙ୍ଗନୱାଡି କର୍ମୀ ଜଣେ ଶିକ୍ଷକ ତଥା ଶିଶୁର ଉଜ୍ୱଳ ଭବିଷ୍ୟତ ନିର୍ମାଣ ନିମନ୍ତେ ଜ୍ଞାନ ଥିବା ଦରକାର । ତେଣୁ ଆବେଦନକାରୀଙ୍କର କେବଳ ଦଶମ ଶ୍ରେଣୀରେ ପାଇଥିବା ମାର୍କକୁ ଦୃଷ୍ଟିରେ ନରଖି ଲିଖିତ ପରୀକ୍ଷା ମାଧ୍ୟମରେ ଅଙ୍ଗନୱାଡି କର୍ମୀ ଚୟନ କରାଯାଉ । କାରଣ ଜଣେ ପ୍ରାର୍ଥୀ ଦଶମ ଶ୍ରେଣୀରେ ନକଳ କିମ୍ବା ଠକାମି କରି ମଧ୍ୟ ଅଧିକା ନମ୍ବର ରଖିଥାଇପାରେ । ସେହି ସବୁ ବିଷୟକୁ ସରକାର ଦୃଷ୍ଟିରେ ରଖି ଚୟନ କରାଯିବା କଥା । ଯେପରି ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ହେବା ପାଇଁ ନିଯୁକ୍ତି ପରୀକ୍ଷା କରାଯାଇଉଛି, ସେହିପରି ପ୍ରାକ୍‌-ବିଦ୍ୟାଳୟ (ଅଙ୍ଗନୱାଡି) ପାଇଁ ମଧ୍ୟ ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ କରାଯାଉ ବୋଲି ଯୁବ ଗୋଷ୍ଠୀ ମାନେ ବଙ୍ଗୋମୁଣ୍ଡା ସିଡିପିଓ ପ୍ରମିଲା ମହାନ୍ତିଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ଦେବା ସମୟରେ ଯୁବଗୋଷ୍ଠୀର ବଳରାମ ଭରାସଗ୍ରିଆ, ନଟବର ବାଗ, କୋଦଣ୍ଡ ସୁନା, ସିଦ୍ଧାର୍ଥ ବଏ, ପବନ ଛୁରା ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.