ଅବହେଳିତ ବଙ୍ଗୋମୁଣ୍ଡାକୁ ନୂତନ ଜିଲ୍ଲା ଘୋଷଣା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବୀପତ୍ର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଅବହେଳିତ ବଙ୍ଗୋମୁଣ୍ଡାକୁ ନୂତନ ଜିଲ୍ଲା ଘୋଷଣା କରିବା ପାଇଁ ବଙ୍ଗୋମୁଣ୍ଡା ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ବଙ୍ଗୋମୁଣ୍ଡା ଅଞ୍ଚଳ ଏକ ଦାରିଦ୍ର୍ୟ ପରିପୂର୍ଣ୍ଣ ଚିର ପ୍ରପୀଡ଼ିତ ଅଞ୍ଚଳ ଅଟେ । ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକ ଜୀବିକା ଅନ୍ୱେଷଣ ପାଇଁ ବାହାର ରାଜ୍ୟକୁ ଯାଇଥାନ୍ତି ।ସେମାନଙ୍କ ଅଭିଯୋଗ ଅନୁସାରେ ଭୌଗଳିକ ଦୃଷ୍ଟିକୋଣରୁ ପାଟଣା ରାଜ୍ୟର ସର୍ବ ବୃହତ ଜମିଦାରୀ ଶାସନ ୧୫୬ ମୌଜା, ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ରାଣୀପୁର ଝରିଆଲ ଚଉଷଠୀ ଯୋଗିନୀ ମନ୍ଦିର ଠାରୁ ମାତ୍ର ୬ କିମି ଦୂରରେ ଏହାର ବ୍ଲକ ହେଡ କ୍ୱାର୍ଟର ଅବସ୍ଥିତ । ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗନ୍ଧମାର୍ଦ୍ଦନ ପର୍ବତ ହରିଶଙ୍କର ପୀଠ ମାତ୍ର ୬୦ କିମି ଦୂରରେ ଅବସ୍ଥିତ । ବ୍ଲକ ହେଡ କ୍ୱାଟର ଠାରୁ ଟିଟିଲାଗଡ଼ ଉପଖଣ୍ଡ ମାତ୍ର ୩୦ କିମି ଦୂରରେ ଅବସ୍ଥିତ । ବ୍ଲକ ଠାରୁ ମୁରିବାହାଲ ବ୍ଲକ ୧୫ କିମି ଓ ତୁରେକେଲା ବ୍ଲକ ୩୦ କିମି, ଖପ୍ରାଖୋଲ ବ୍ଲକ ୬୦ କିମି, କଣ୍ଟାବାଞ୍ଜି ରେଲୱେ ଷ୍ଟେସନକୁ ୧୪ କିମି, ବ୍ଲକ ଶେଷ ନୂଆପଡା ଓ ବଲାଙ୍ଗିର ଶେଷ ୫ କିମି ଦୂରତାରେ ଅବସ୍ଥିତ । ବଙ୍ଗୋମୁଣ୍ଡା ଜମିଦାରୀ ଶେଷ ଉତ୍ତରାଧିକାରିଣୀ ଶ୍ରୀମତୀ ଚନ୍ଦ୍ରକୁମାରୀ ସିଂ ଭୋଇଙ୍କ ମୃତ୍ୟୁ ପରେ ତାଙ୍କର ଅଧୀନସ୍ଥ ହାରାହାରି ୧୪୦୦ ଏକର ଜମିଦାରୀ ଭବରା ଜମି ସରକାରୀ ଖାତାକୁ ହସ୍ତାନ୍ତର ହୋଇଛି । ଯେଉଁ ଠାରେ ପ୍ରଶାସନିକ କାର୍ଯ୍ୟାଳୟ ହେବା ପାଇଁ ଉପଯୁକ୍ତ ସ୍ଥାନ ଅଟେ । ବଙ୍ଗୋମୁଣ୍ଡା ବ୍ଲକ ହେଡ କ୍ୱାଟର, ଟିଟିଲାଗଡ଼ ସବଡିଭିଜନ ଓ ପାଟଣାଗଡ଼ ସବଡିଭିଜନର ଦୁଇ ଗୋଟି ବ୍ଲକର ମଧ୍ୟସ୍ଥଳୀ ଅଟେ । ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରୁ ୧୫୦ କିମି ଦୂରରେ ଅବସ୍ଥିତ ପ୍ରଶାସନିକ ସୁବିଧା ପାଇବାରୁ ସଦା ସର୍ବଦା ଏ ଅଞ୍ଚଳର ଲୋକେ ବଞ୍ଚିତ ରୁହନ୍ତି ଓ ଆର୍ଥିକ ଅବହେଳିତ ଶିକାର ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ ଓଡିଶା ସରକାର ୩୦ଟି ଜିଲ୍ଲାରୁ ରାଜ୍ୟରେ ଆଉ କିଛି ନୂତନ ଜିଲ୍ଲା ବୃଦ୍ଧି କରିବା ପାଇଁ ବଙ୍ଗୋମୁଣ୍ଡା ଅଞ୍ଚଳବାସୀ ବଙ୍ଗୋମୁଣ୍ଡା ହେଡ କ୍ୱାଟରକୁ ବଙ୍ଗୋମୁଣ୍ଡା ଜିଲ୍ଲାର ମାନ୍ୟତା ଦେଇ ବଙ୍ଗୋମୁଣ୍ଡାକୁ ଜିଲ୍ଲା ଘୋଷଣା କଲେ ଏହି ଅଞ୍ଚଳର ଲୋକେ ଉପକୃତ ହେବେ ବୋଲି ଆଶା କରାଯାଇଛି । ଏଥିରେ ଅଞ୍ଚଳବାସୀଙ୍କ ପକ୍ଷରୁ ସୁଶୀଲ ଜୈନଙ୍କ ନେତୃତ୍ୱରେ କିଶୋର ମେହେର, ଜୟକୃଷ୍ଣ ସରାଫ, ସୁମିତ ଜୈନ, ବସନ୍ତ ଜୈନ, ବିଜୟ ଅଗ୍ରୱାଲ, ଚକ୍ରଧର ପୁଟେଲ, ସନ୍ତୋଷ ସାସମଲ, ଅଶୋକ ସାହୁ, କିରତୁ ସାହୁ, ଚନ୍ଦ୍ରଶେଖର, ଦନ୍ତା, ଶୁଭମ ଅଗ୍ରୱାଲ, ମହେନ୍ଦ୍ର ଗଡୁଆ, ଗୋକୁଲ ଦୀପ, ଗୁଣ ଭୋଇ, ପିତାମ୍ବର ଥନାପତି ପ୍ରମୁଖଙ୍କ ସହ ଅନେକ ଲୋକ ସାମିଲ ଥିଲେ ।

Leave A Reply

Your email address will not be published.

error: Content is protected !!