ସାହାରା ଇଣ୍ଡିଆ ହିତାଧିକାରୀଙ୍କ ଜମା ଟଙ୍କା ସବୁ ଫେରସ୍ତ ପାଇଁ ଯୁବ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଆଜି ସାହାରା ଇଣ୍ଡିଆ ହିତାଧିକାରୀଙ୍କ ଜମା ଟଙ୍କା ସବୁ ଫେରସ୍ତ ପାଇବା ପାଇଁ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଯୁବ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଙ୍ଗୋମୁଣ୍ଡାଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ନେତୃତ୍ୱରେ ହୋଇଥିଲା । ପ୍ରଥମେ ବଙ୍ଗୋମୁଣ୍ଡା ହନୁମାନ ମନ୍ଦିରଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଆମ୍ବେଦକର ଛକ ଦେଇ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଂଚଳ ତଥା ବଙ୍ଗୋମୁଣ୍ଡା ପଂଚାୟତ ସମିତିର ସାହାରା ଇଣ୍ଡିଆରେ ଜମା କରିଥିବା ଜନସାଧାରଣ ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ଦଳର କର୍ମକର୍ତ୍ତା ଓ ନେତୃବୃନ୍ଦ ମାନେ ସାମିଲ ହୋଇଥିଲେ । ଗରିବ, ଖଟିଖିଆ ,ଆଦିବାସୀ, ହରିଜନ ଓ ବିପିଏଲ କାର୍ଡ ଧାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଜର ଖାଇବା ଖର୍ଚ୍ଚ କାଟ କରି ତଥା ବିଭିନ୍ନ ସହରକୁ ଯାଇ କୁଲି ମଜୁରି କାମ କରି ସାହାରା ଇଣ୍ଡିଆରେ ସଂଚିତ ଅର୍ଥ ରଖିଥିଲେ । କିନ୍ତୁ ଦୁଃଖର ବିଷୟ ଦୀର୍ଘ ଦିନ ହେଲାଣି ଜମା ରାଶି ଟଙ୍କା ଫେରସ୍ତ ପାଇଁ ବିଜେପି ସରକାରଙ୍କ ଠାରେ ଅନୁରୋଧ କରି କାକୁତି ବିନତି କଲେ ମଧ୍ୟ ଜମା ରାଶି ଫେରି ପାଉନାହୁଁ ନ ଥିବା ଯୋଗୁଁ କ୍ଷୋଭ ପ୍ରକାଶ ପାଇଛି । ଏଥିରେ ବିଜେଡି ନେତା ଉଦ୍ଧବ ବେହେରା, ବିରଞ୍ଚି ଜାଲ, ଶ୍ୟାମ ସାହୁ, ଗୌରାଙ୍ଗ ମହାନନ୍ଦ, ଦୁଷ୍ମନ୍ତ ବେହେରା, ମଣ୍ଟୁ ସରାଫ, ବାଳକୃଷ୍ଣ ଭାଟି, କିରଟି ସାହୁ, ପିଙ୍କୁ ସାହୁ, ବାଲା ସାହୁ, ବାଦଲ ସାହୁ ପ୍ରମୁଖଙ୍କ ସହ ଶତାଧିକ ବିଜେଡି କାର୍ଯ୍ୟକର୍ତା ମାନେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ବଙ୍ଗୋମୁଣ୍ଡା ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି ।