
ବୈପାରିଗୁଡ, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବିଭିନ୍ନ ସମସ୍ୟାକୁ ନେଇ ଆଜି ଦଶଟି କେନ୍ଦ୍ରୟ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଗାଁ ଗହଳିର ସମସ୍ୟାକୁ ନେଇ ଏ.ଆଇ.ୟୁ.ଟି.ୟୁ.ସିର ସୂର୍ଯ୍ୟନାରାୟଣ ବିଶୋଇ ଓ ଟି.ୟୁ.ସି.ସିର ଶମ୍ଭୁ ପ୍ରଶାଦ ମହାନ୍ତିଙ୍କ ନେତୃତ୍ୱରେ ବୈପାରିଗୁଡା ବିଡିଓଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଡାକବଙ୍ଗଳା ଠାରୁ ଶତାଧିକ ଲୋକମାନେ ଏକ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ବ୍ଲକ କାର୍ୟ୍ୟାଳୟ ଘେରାଉ କରିଥିଲେ । ବିଭିନ୍ନ ପ୍ରକାର ନାରା ଦେଇ ଦାବି ପୂରଣ ପାଇଁ ଦାବି ଉପସ୍ଥାପନା କରିଥିବାର ଜଣାପଡିଛି । ଏହି ସମାବେଶରେ INTUC, AITUC, HMS, SITU, AIUTUC, TUCC, SEWA, AICCRU, LPF, UTUC, FEDERATIONS ସଂଗଠନ ମାନ ପ୍ରମୁଖ ଉପସ୍ଥିତ ରହିଥିଲେ ।