ନିତ୍ୟ ଦୁର୍ଘଟଣାରେ ଅତିଷ୍ଟ ତାଳଚେର ସଡ଼କ ସୁରକ୍ଷା ପରିଷଦର ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ତାଳଚେର (ଆର୍ତ୍ତତ୍ରାଣ ପାଣି ) : ତାଳଚେର ୧୪୯ ନଂ ଜାତୀୟ ରାଜପଥ ବାଙ୍କଧରାଠାରୁ ବଂଅରପାଳ ପର୍ଯ୍ୟନ୍ତ ପ୍ରାୟ ଦଶ ହଜାର କୋଇଲା ବୋଝେଇ ଟ୍ରକ ଏବଂ ଜନସାଧାରଣ ସେଇ ଗୋଟିଏ ରାସ୍ତାରେ ଯାତାୟାତ କରୁଥିବାରୁ ସଡ଼କ ଦୁର୍ଘଟଣା ଏକ ନିତି ଦିନିଆ ଘଟଣାରେ ପରିଣତ ହୋଇସାରିଛି । ଯଦିଓ ଏହା ସ୍ଥାନୀୟ ପ୍ରଶାସନ, ରାଜନେତାଙ୍କୁ ଅଗୋଚର ନାହିଁ କିନ୍ତୁ ଏହାର ବିକଳ୍ପ ବ୍ୟବସ୍ଥା କରିବା କିମ୍ବା ଜନ ସାଧାରଣଙ୍କ ଯାତାୟତ ସୁରକ୍ଷା ଯୋଗେଇବାରେ ପ୍ରଶାସନ ବିଫଳ ହେବା ପରିଲକ୍ଷିତ ହେଉଛି । କୋଇଲା ପରିବହନ ନିମନ୍ତେ ଏକ ସ୍ୱତନ୍ତ୍ର ଓଭର ବ୍ରିଜ୍ କିମ୍ବା ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କଲେ ଯାଇ ଏହି ଦୁର୍ଘଟଣା ଜନିତ କ୍ଷୟକ୍ଷତିରୁ ନିସ୍କୃତି ମିଳିବା ନେଇ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଛି । ବାରମ୍ବାର ଦୁର୍ଘଟଣା ହେଉଥିଲେ ମଧ୍ୟ ପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କ ଉଦାସୀନତାରେ ଅତିଷ୍ଟ ହୋଇ ତାଳଚେର ସଡ଼କ ସୁରକ୍ଷା ପରିଷଦ ଆଜି ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଦେଇଥିବା ସମ୍ବାଦ ଆମର ହସ୍ତଗତ ହୋଇଛି । ତାଳଚେର ଉପଖଣ୍ଡରୁ କୋଇଲା ବାବଦରେ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଆଦାୟ କରୁଥିବା ସମୟରେ ତାଳଚେର ପ୍ରତି ରାଜ୍ୟ ସରକାରଙ୍କ ଏ ବୈମାତୃକ ଆଚରଣ ପ୍ରତି ସଡ଼କ ସୁରକ୍ଷା ପରିଷଦ କ୍ଷୋଭ ପ୍ରକାଶ କରିଛି ।

Leave A Reply

Your email address will not be published.