ଅମାନବିକ ନିର୍ଯ୍ୟାତନା ବିରୋଧରେ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର ) : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଖରିଗୁମାର ଅମାନବିକ ଦଳିତ ନିର୍ଯ୍ୟାତନା ସାରା ରାଜ୍ୟ ପାଇଁ ଲଜ୍ଜାକର ଘଟଣା ଏବଂ ଉତ୍ତରପ୍ରଦେଶର ଇଟୱାଠାରେ ଦୁଇ ଜଣ ଯାଦବ ସଂପ୍ରଦାୟ କଥା ବାଚକଙ୍କ ଉପରେ ଅମାନୁସିକ ଅତ୍ୟାଚାର ବିରୋଧରେ ତିବ୍ର ପ୍ରତିକ୍ରିୟା ପ୍ରକାଶ କରି ମୂଳନିବାସୀ ବହୁଜନ ମିଳିତ ମହାସଂଘ ଉପ-ସଭାପତି ଡ. ଅର୍ଜୁନ ମୁଗ୍ରୀଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ଏବଂ ଦୃଢ ହସ୍ତକ୍ଷେପ କରି ଉଚିତ ପଦକ୍ଷେପ ନେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ପିଡିତ ବ୍ୟକ୍ତି ଏବଂ ପରିବାରଙ୍କୁ ଜିବନର ସୁରକ୍ଷା, ତାଙ୍କ ସମ୍ମାନ ଫେରାଇବା ସ୍ୱରୁପ ୨୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ, ଜାତିପ୍ରଥା ବିରୋଧରେ ଦେଶବ୍ୟାପି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବା ସହ ଅଭିଯୁକ୍ତମାନଙ୍କୁ ଏକ ମାସ ମଧ୍ୟରେ ଚାର୍ଜସିଟ ଦାଖଲ କରି କଡା କାର୍ଯ୍ୟନୁଷ୍ଠାନ ନେବା ପାଇଁ ମହାସଂଘ ତାଙ୍କ ଦାବିରେ ଉଲ୍ଲେଖ କରିଛନ୍ତି । ପ୍ରଦେଶି ବିଶ୍ୱାଲ, ଦଣ୍ଡୁଆ କୁମ୍ଭାର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ତରିଣୀସେନ ଦୀପ, ହିମାଂଶୁ ବିଭାର, ସୁବାଷିନୀ ସାହୁ, ଲକ୍ଷ୍ମୀ ଜୁଏଡ, ସସ୍ମିତା ମେହେର, ଜୟପ୍ରସାଦ ପଟେଲ, ବିଶ୍ୱନାଥ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.