ସୁବାସିନୀ ଲୋହାରଙ୍କୁ ଭତ୍ତା ପ୍ରଦାନ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବ ନିସହାୟ, ବୃଦ୍ଧ ବୃଦ୍ଧାଙ୍କ ନିମେନ୍ତ ରାଜ୍ୟ ଓ କେନ୍ଦ୍ର ସରକାର ବିଧବା ଭତ୍ତା, ପରିତ୍ୟକ୍ତ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । କିନ୍ତୁ ଠିକ ସମୟରେ ହିତାଧିକାରୀମାନେ ଏହି ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି । ବାରମ୍ଵାର ପ୍ରଶାସନ ନିକଟରେ ଆବେଦନ କଲେ ମଧ୍ୟ ଫଳପ୍ରଦ ହୋଇ ପାରୁନାହିଁ ବୋଲି ମତ ପ୍ରକାଶ ପାଇଛି । ସୂଚନା ଅନୁସାରେ, ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ ଗ୍ରାମର ସୁବାସିନୀ ଲୋହାର ବୟସ ପାଖାପାଖି ୫୦ ହେବ ଆଜକୁ ଦୀର୍ଘ ୭ ବର୍ଷ ହେଲାଣି ଶାଶୁ ଘରୁ ତଡା ଖାଇ ନିଜ ବାପ ଘରେ ଆଶ୍ରୟ ନେଇ ଜୀବନ ଯାପନ କରୁଛନ୍ତି । ତାଙ୍କ ବାପା ଜଣେ ରୋଗୀ ଶଯ୍ୟାରୁ ଉଠିବସି ପାରୁ ନାହାନ୍ତି । ତେଣୁ ସେ ଏକାକି ଗୋଟିଏ ଚାଳ ଘରେ ରହି ପର ଘରର ବାର ଦୁଆର କାମ କରି ଦିନ କାଟୁଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନା କେବଳ ୫ କେଜି ଚାଉଳ ପାଉଛନ୍ତି । ତାଙ୍କୁ ପ୍ରତିପାଳନ କରିବା ପାଇଁ କେହି ନାହିଁ । ସେ ଜଣେ ଅସହାୟ ନିରାଶ୍ରିତ ମହିଳା ଅଟନ୍ତି । ପ୍ରଶାସନ ନିକଟରେ ଅନେକ ଥର ଆବେଦନ କଲେ ମଧ୍ୟ ଭତ୍ତା ପାଇପାରୁ ନାହାନ୍ତି । ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଭତ୍ତା ପ୍ରଦାନ କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.