oum

ଆଗାମୀ ଶୀତ ଅଧିବେଶନ ବେଳେ ରେଳ ଚଳାଚଳ ପାଇଁ ଦାବୀ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍ତର ଓଡିଶା ରେଳ ଯୋଗାଯୋଗ ସମନ୍ୱୟ ସମିତିର ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ଏକ କାର୍ଯ୍ୟକାରିଣୀ ବୈଠକ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସଙ୍କ ପରିଚାଳନାରେ ସେକ୍ଟର ୩ ସ୍ଥିତ ଖଡ଼ଗ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିମ୍ନଲିଖିତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯଥା :- ଧାମନଗରରେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଅଗ୍ରଗତି ସମ୍ପର୍କରେ ଅବଗତ କରାଇବା, ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ୱରୁ ୨୦ ଜଣ ଲେଖାଏଁ ସକ୍ରିୟ ସଭ୍ୟଙ୍କୁ ଯୋଗାଯୋଗ କରିବା, ନଭେମ୍ବର ପ୍ରଥମ ସପ୍ତାହରେ ୭ଟି ଜିଲ୍ଲାର ମୋଟ ୧୪୦ ଜଣ ସକ୍ରିୟ ସଦସ୍ୟଙ୍କୁ ନେଇ ଏକ ସମାବେଶ ଓ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବା ସହ ଆଗାମୀ ଶୀତ ଅଧିବେଶନର ରେଳ ଚଳାଚଳ ପାଇଁ ଦାବୀ ଉପସ୍ଥାପନ କରାଯିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଶଶଧର ପାତ୍ର, ଜଗନ୍ନାଥ ରାଉତ, ଶମ୍ଭୁନାଥ ପରିଡ଼ା, ସତ୍ୟାନନ୍ଦ ବେହେରା, ଭଗବାନ ମହାପାତ୍ର, ସଦାନନ୍ଦ ସାହୁ, ନିତ୍ୟାନନ୍ଦ ପଟ୍ଟନାୟକ, ସଂଗ୍ରାମ କେଶରୀ ମହାନ୍ତି, ଅମୂଲ୍ୟ ବରାଳ ଓ ମନୋରଞ୍ଜନ ଦାସ ଆଦି ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ । ଶେଷରେ ଶମ୍ଭୁନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.