ହରିଶଙ୍କର-ନୃସିଂହନାଥ ରୋପୱେ ନିର୍ମାଣ ଦାବୀ ନେଇ ୧୮ ତାରିଖରେ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରିବ କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୁରୁଣା ରାଜବାଟୀଠାରେ କୋସଲବାଦୀ ନେତା ବିଭୁଦତ୍ତ ମିଶ୍ରଙ୍କ ଆବାହକତ୍ୱରେ କୋସଲ ରାଜ୍ୟ ସମନ୍ୱୟ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ସଂଗଠନର ଉପଦେଷ୍ଟା ଜମାଲ ଖାନ୍‌ଙ୍କ ସଭାପତିତ୍ୱ ତଥା ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଏକ୍ସନ କମିଟି ମୁଖ୍ୟ ତଥା ଖୋର୍ଦ୍ଧା – ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର ସଭାପତି ଗୋପାଳଜୀ ପାଣିଗ୍ରାହୀ ଯୋଗ ଦେଇ କୋସଲ ଆନ୍ଦୋଳନକୁ ଆହୁରି ଶାଣିତ ତଥା ପ୍ରଭାବୀ କରିବା ପାଇଁ ଯୁବ ବର୍ଗଙ୍କୁ ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାରଙ୍କ କୋସଳାଞ୍ଚଳ ପ୍ରତି ବୈମାତୃକ ମନୋଭାବର ସଦ୍ୟତମ ଉଦାହରଣ ହରିଶଙ୍କର – ନୃସିଂହନାଥ ମନ୍ଦିର ରୋପୱେକୁ ଉପେକ୍ଷା ବୋଲି ଅଭିହିତ କରି ଆସନ୍ତା ୧୮ ତାରିଖ ମଙ୍ଗଳବାର ଦିନ ଜିଲ୍ଲାପାଳ ଅଫିସ ଆଗରେ କୋସଲ ସଂଗ୍ରାମୀମାନେ ଧାରଣା ଦେବାକୁ ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ । ବିଭିନ୍ନ କୋସଲବାଦୀ ସଂଗଠନମାନେ ଏକଜୁଟ ହୋଇ ଆନ୍ଦୋଳନକୁ ଦୁର୍ବାର କରିବା ଉପରେ ଜମାଲ ଖାନ ତଥା ଗୋପାଳଜୀ ପାଣିଗ୍ରାହୀ ଗୁରୁତ୍ୱାରୋପ କରିଥିଲେ । ସେହିପରି ବର୍ତ୍ତମାନ କୋସଳାଞ୍ଚଳ ରେ ଅନ୍ନଦାତା ଚାଷିମାନେ ତାଙ୍କ ଇନ୍‌ସୁରାନ୍ସ ପଇସା ତଥା ବିଭିନ୍ନ ଦାବୀ ନେଇ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ କୋସଲ ରାଜ୍ୟ ସମନ୍ୱୟ ସମିତି ତାଙ୍କ ଦୃଢ ସମର୍ଥନ କରିବା ସହ ଆନ୍ଦୋଳନରେ ସାମିଲ ହେବାକୁ ବିଭୁଦତ୍ତ ମିଶ୍ର ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାକର ମିଶ୍ର, କପିଳେଶ୍ୱର ଖମାରୀ, ମନୋରଂଜନ ମିଶ୍ର, ଡୋଳାମଣି ପଧାନ, କିଶୋର ପୁରୋହିତ, ରବି ଶଙ୍କର ମିଶ୍ର, ରଣରାଜ ସିଂଦେଓ, ପ୍ରଭାସ ମିଶ୍ର, ରିଲୁ ରଥ, ବିନୋଦ କାଲସାଏ, ମନୋରଂଜନ ସାହୁ, ରୋମେଶ ଡାଙ୍ଗ, ପ୍ରଦ୍ୟୁମ୍ନ ବାବୁ, ରାଧୁ ଦୀପ, ପ୍ରାଣ ଶଙ୍କର ରାଉତ, ସୁରଥ ପଧାନ, ପ୍ରୀତମ ଠାକୁର, ଆଲୋକ ବିଶ୍ୱାଲ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ଆନ୍ଦୋଳନକୁ ତୀବ୍ର କରିବାକୁ ମତ ରଖିଥିଲେ ।

jittmm
Leave A Reply

Your email address will not be published.