oum

ଚାନ୍ଦଲି ପାହାଡ଼ କାମ ଆରମ୍ଭ କରିବାକୁ ପଦକ୍ଷେପ ନେବା ପାଇଁ ଦେଷଣ୍ଢ ଚାନ୍ଦଲି ପାହାଡ଼ ପରିଚାଳନା କମିଟିର ଦାବୀ

jsm
  • ମଞ୍ଜୁରୀ ପାପ୍ତର ୫ମାସ ପରେ ବି କୋଟିଏ ଟଙ୍କାର କାମ ଆରମ୍ଭ ହୋଇନି, ଧିମାଇ ଯାଉଛି ଚାନ୍ଦଲି ପାହାଡ଼ର ବିକାଶ କାମ : ଚାନ୍ଦଲି ପାହାଡ଼ ପରିଚାଳନା କମିଟି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢ ପଞ୍ଚାୟତର ଖୋଦ ଦେଷଣ୍ଢ ଗାଁ ନିକଟରେ ଥିବା ଐତିହାସିକ ଚାନ୍ଦଲି ପାହାଡ଼କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ବିଭିନ୍ନ ମହଲରେ ଦାବୀ ହୋଇ ଆସୁଥିଲା । ଦାବୀ ମୁତାବକ ପାହାଡ଼ର ସ୍ଥିତିକୁ ରାଜସ୍ୱ, ଜଙ୍ଗଲ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ପତ୍ର ସଂଖ୍ୟା ୨୭୪୬ ତା୯.୩.୨୨ରେ ଦେଷଣ୍ଢ ଚାନ୍ଦଲି ପାହାଡ଼ର ବିକାଶ ପାଇଁ ୧କୋଟି ଟଙ୍କା ମଞ୍ଜୁର ହୋଇଛି । ସେହି ସମୟରେ ଅଗ୍ରାଧିକାର ଭିତ୍ତିରେ କାମ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇ ଥିଲେ ମଧ୍ୟ କାମ ଆରମ୍ଭ ହୋଇନାହିଁ । ତେଣୁ ତୁରନ୍ତ କାମ ଆରମ୍ଭ କରିବାକୁ ପଦକ୍ଷେପ ନେବା ପାଇଁ ଦେଷଣ୍ଢ ଚାନ୍ଦଲି ପାହାଡ଼ ପରିଚାଳନା କମିଟିର ସଭାପତି ନୀଳମଣୀ ପାଣିଗ୍ରାହୀ, ସରପଞ୍ଚ ଯଶୋଦା ମେହେର, ପୂର୍ବଚନ ସରପଞ୍ଚ ସ୍ୱୟଂମ୍ବର ମେହେର, ଘାସିରାମ ରଣା, ରଘୁନାଥ ରାଉତ, ଜୁଳୁ ଷଢ଼ଙ୍ଗିଙ୍କ ସହ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କଠାରେ ଦାବୀ କରିଛନ୍ତି ।

Leave A Reply

Your email address will not be published.