ପୁଅର ମୃତ୍ୟୁ ତଦନ୍ତ ଦାବୀ କଲେ ବାପା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଅ ମୃତ୍ୟୁର ତଦନ୍ତ ଦାବୀ କରି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାପା । ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲେ ବି ପୁଲିସ ତଦନ୍ତ କରୁ ନଥିବା ବାପା ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଜଣାପଡିଛି ଯେ, କଟକ ଗତିରାଜପାଟଣାର ଗଙ୍ଗାଧର ବେହେରାଙ୍କ ପୁଅ ଧନେଶ୍ୱର ବେହେରା ବିବାହ ପରେ ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ତାଙ୍କ ସ୍ତ୍ରୀ ସୁଚିସ୍ମିତା ଦଳେଇଙ୍କ ସହ ରହୁଥିଲେ । ସୁଚିସ୍ମିତା ବିବାହ ପରେ କୋର୍ଟରେ ଷ୍ଟେନୋ ଚାକିରି ପାଇବାରୁ ପାଟଣାଗଡ ଆସିଥିଲେ । ସ୍ୱାମୀ ସହ ରହୁଥିଲେ । ଉଭୟଙ୍କ ଭିତରେ ମନୋମାଳିନ୍ୟ ରହୁଥିଲା । ହଠାତ୍‌ ଧନେଶ୍ୱରଙ୍କ ମୃତ୍ୟୁ ହୋଇଥିବା ବାପା ଖବର ପାଇ ପାଟଣାଗଡ ଆସିଥିଲେ । ଧନେଶ୍ୱର ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ସେ କଟକ ଯାଇ କ୍ରିୟାକର୍ମ ସରିଲା ପରେ ପୁଅ ମୃତ୍ୟୁର ଠିକ ତଦନ୍ତ କରିବାକୁ ବଲାଙ୍ଗିର ଏସ୍‌ପି ଅଫିସ ଆସି ଅଧିକାରୀଙ୍କୁ ଗୁହାରୀ କରିଛନ୍ତି ।

Leave A Reply

Your email address will not be published.