ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ସଭାପତି ନରେଶ ବାଗଙ୍କ ଉପସ୍ଥିତିରେ ମନରେଗା ବଞ୍ଚାଅ ଧାରଣା ସଭା ପୁଇଁନ୍ତଲା ବ୍ଲକ ସାମ୍ନାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାର ଉଦ୍ଦେଶ୍ୟ ହେଲା ସରକାର ମାହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଆଇନ ୨୦୦୫କୁ ବନ୍ଦ କରିଦେଇ ଭି ବି ଜି ରାମ ଜି ଯୋଜନା ଚଳାଇଛନ୍ତି । ଯାହା ଅସଂଗଠିତ ଶ୍ରମିକ ମାନଙ୍କୁ ନିଶ୍ଚିତ କର୍ମନିଯୁକ୍ତି ଆଇନର ସୁରକ୍ଷା ଦେବା ପରୋକ୍ଷରେ ବନ୍ଦ କରିଦେବା ସଦୃଶ ଅଟେ । ସରକାର ନୂତନ ଭାବେ କରିଥିବା ଆଇନ ଭି ବି ଜି ରାମ ଜି ଏହା କୋଟି କୋଟି ଶ୍ରମିକଙ୍କ ଅଧିକାର ଉପରେ ଲୁଣ୍ଠନ ସଦୃଶ । ବିଶେଷ କରି ଏସ୍ସି ଏସ୍ଟି ଓ ଓବିସି ବର୍ଗର ମନରେଗା ଶ୍ରମିକ ମାନଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ କରିବାର ଚକ୍ରାନ୍ତ । ଏହି ମନରେଗା ୧୦୦ ଦିନର ଗ୍ୟାରେଣ୍ଟି ଯାହା ସମ୍ବିଧାନର ଧାରା ୩୯(ଏ) ଓ ୪୧ର ପ୍ରତିଫଳନ । ଏଣୁ ସରକାର ତୁରନ୍ତ ଉକ୍ତ ଐତିହାସିକ ମନରେଗା ଯୋଜନା ପୁନଃସ୍ଥାପନ କରିବାରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଜିଲ୍ଲା କଂଗ୍ରେସ ସମ୍ପାଦକ ଅଶୋକ କୁମାର ବାରିକ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ସଭାରେ ଡଃ. ଅର୍ଜୁନ ବାଗ, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ, ଅଭିମନ୍ୟୁ ନାଏକ, ଲୋଇସିଂହା ବ୍ଲକ କଂଗ୍ରେସ କମିଟି ସଭାପତି ତ୍ରିନାଥ ସାହୁ, ବିନୋଦ ବାରିକ, ବଜରଙ୍ଗ (ଝାରୁ) ଅମାତ, ଗୋକୁଳ କୁଅଁର, ସୁରେଶ ବାଗ, ଲମ୍ବୋଦର ବାଗ, ମାଖୁନୁ ନାଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁଇଁନ୍ତଲା ବ୍ଲକଙ୍କୁ ବ୍ଳକ କଂଗ୍ରେସ କମିଟିର କର୍ମକର୍ତ୍ତା ମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
Prev Post