ଧାନ ମଣ୍ଡି ଚତୁଃପାର୍ଶ୍ୱରେ ପାଚେରୀ ନିର୍ମାଣ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଡେନ ଗ୍ରାମର ପାନାଲାଲ ବେହେରା (୬୫)ଙ୍କ ଏକ ଅଭିଯୋଗ ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ ତାଙ୍କ ଗ୍ରାମରେ ଥିବା ଖାତା ନମ୍ବର ୮୬/୧୧୨ରେ ଏ ୧. ୪୦ଡି ରୟତି ଜମିରେ ପ୍ରତିବର୍ଷ ଚାଷ କରି ଆସୁଛନ୍ତି ଏବଂ ଏହି ଜମି ସଂଲଗ୍ନରେ ଥିବା ୬୦ ଡି. ଜମିକୁ ପ୍ରାଥମିକ ସମବାୟ ସମିତି ଠାରେ ବିକ୍ରୟ କରି ଦେଇଛନ୍ତି । ସେଠାରେ ସମିତି ଅଧିକାରୀ ଧାନ ମଣ୍ଡି ଖୋଲିଛନ୍ତି । ହେଲେ ଧାନ ମଣ୍ଡିର ଚାରିପାଖରେ ପାଚେରୀ ନ ଥିବାରୁ ଧାନ ମଣ୍ଡିରେ କାମ କରୁଥିବା ଶ୍ରମିକମାନେ ବିଭିନ୍ନ ପ୍ରକାର କାଚ ବୋତଲ, ପଲିଥିନ, ଜରି, ଟିଣ ଇତ୍ୟାଦି ତାଙ୍କ ଜମିରେ ପକାଇବା ଦ୍ୱାରା ଗଦା ଗଦା ଅଳିଆ ଆବର୍ଜନା ସୃଷ୍ଟି ହେଉଛି । ଯଦ୍ୱାରା ପ୍ରତ୍ୟେକ ବର୍ଷ ଜେସିପି ଲଗାଇ ତାଙ୍କୁ ସଫା କରିବାକୁ ପଡୁଛି ଓ ସେ ହଇରାଣ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଅନେକ ଦିନରୁ ଏ ସମ୍ବନ୍ଧରେ ସମବାୟ ସମିତି ଅଧିକାରୀ, ସରପଞ୍ଚ ତଥା ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଜଣାଇ ଥିଲେ ମଧ୍ୟ କିଛି ଫଳପ୍ରଦ ହୋଇନି । ତେଣୁ ମଣ୍ଡି ଖୋଲା ହୋଇଥିବା ଚାରିପାଖରେ ପାଚେରୀ ନିର୍ମାଣ କଲେ ତାଙ୍କ ଜମି ସୁରକ୍ଷିତ ହେବ ବୋଲି ସମିତି ଅଧିକାରୀ ତଥା ପ୍ରଶାସନିକ ଅଧିକାରୀଙ୍କ ନିକଟରେ ନିବେଦନ କରିଛନ୍ତି ।

Leave A Reply

Your email address will not be published.