ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଗାଁ ମାନଙ୍କରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଷ୍ଟ୍ରିଟ ଲାଇଟ ଗୁଡିକ ଲଗାଇଛନ୍ତି । କିନ୍ତୁ ଲାଇଟ ଲଗାଇବାର କିଛି ଦିନ ପରେ ଲାଇଟ ଗୁଡିକ ଖରାପ ହୋଇଯାଉଛି । କାରଣ ସବୁ ଲାଇଟ ଗୁଡିକ ନିମ୍ନମାନର ବୋଲି ଅଭିଯୋଗ ହେଉଛି । ଏମିତି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ କନ୍ଧେନଝୁଲା ଗାଁରେ । ଉକ୍ତ ଗାଁରେ ଲାଗିଥିବା ସମସ୍ତ ଷ୍ଟ୍ରିଟ ଲାଇଟ୍ ଖରାପ ହୋଇଯାଇଥିବା ବେଳେ ଏବେ ଅନ୍ଧାରରେ ଗ୍ରାମବାସୀ । ସୂଚନା ମୁତାବକ ଗତ ତିନିମାସରୁ ଅଧିକ ହେବ କନ୍ଧେନଝୁଲା ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ଖରାପ ହୋଇଯାଇଛି । ଯାହାଫଳରେ ରାତି ସମୟ ହେଲେ ଗାଁ ସମ୍ପୂର୍ଣ୍ଣ ଅନ୍ଧକାର ଦିଶୁଛି । ଅନେକ ସମୟରେ ଡ୍ରେନରେ ଖସି ପଡ଼ି ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି । ଲୋକେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥି ପ୍ରତି ବେଲପଡ଼ା ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।
Next Post