ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲକୁ ଏନ୍ଏସି ଦାବୀ ନେଇ ବୁଧବାର ବିଜୁ ଜନତା ଦଳ ପକ୍ଷରୁ ଦିଆଯାଇ ଥିବା ବନ୍ଦ ଡାକରାରେ ପାଇକମାଲ୍ଲରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବିଗତ ବିଜେଡି ସରକାର ସମୟରେ ପାଇକମାଲକୁ ଏନ୍ଏସି ଘୋଷଣା କରାଯାଇଥିଲା । ଚଳିତ ସରକାର ଏବେ ଯେଉଁ ଅଞ୍ଚଳକୁ ଏନ୍ଏସି ଘୋଷଣା କଲେ ସେଥିରେ ପାଇକମାଲର ନାମ ନଥିଲା । ତେଣୁ ଆଜି ବିଜେଡି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ପାଳନ କରିଥିଲେ । ବନ୍ଦ ପାଳନ ନେଇ ମଙ୍ଗଳବାର ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ପ୍ରସାର କରଯାଇଥିଲା । ଦୋକାନ ବଜାର, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ପାଳନ ପାଇଁ ସକାଳେ ବିଜୁ ଜନତା ଦଳ କର୍ମୀମାନେ ପିକେଟିଙ୍ଗ କରୁଥିବା ବେଳେ ଭାରତୀୟ ଜନତା ଦଳ ପକ୍ଷରୁ ଦୋକାନ ବଜାର କିଛି ଦୋକାନ ଖୋଲା ଯିବା ନେଇ ତର୍କବିତର୍କ ସହ ହୋହାଲ୍ଲା ହୋଇଥିଲା । କିଛି ସମୟ ଧରି ଦୁହିଁ ଦଳଙ୍କ ମଧ୍ୟରେ କଥା କଟାକଟି ହେବା ଯୁକ୍ତିତର୍କ ହୋଇଥିଲା । ବିଭିନ୍ନ ସରକାରୀ ଅନୁଷ୍ଠାନ ଖୋଲା ରହିଥିବା ଦେଖି ବିଜେଡି କର୍ମୀମାନେ ପିକେଟିଂଙ୍ଗ କରିବା ପରେ ବନ୍ଦ ରହିଥିବା ଦେଖା ଦେଇଥିଲା । ଏସବୁ ଦେଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ବିଜେଡି କର୍ମୀମାନେ ପାଇକମାଲ ଛକରେ ଧାରଣାରେ ବସିଥିଲେ । ବିଜେଡି ନେତା ଟାଇଲ ଚନ୍ଦ୍ର ଭୋଇଙ୍କ ପରିଚାଳନା ସଭାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବ୍ଲକ ଉପାଧ୍ୟକ୍ଷ ଭାବନା ସିଂ, ବିଧାୟିକା ପ୍ରତିନିଧି ହୃଦାନନ୍ଦ ବାରିକ, ଗୌତମ ସିଂ, ବିଜେଡି ନେତା ବିଜୟ କୁମାର ସ୍ୱାଇଁ, ବନିତା ମହାନନ୍ଦ, ସସ୍ମିତା ବାରିକ, ଗିରିଶ ଦଣ୍ଣ୍ଡସେନା, ରାଜୁ ଘିବେଲା, ଭୋଜରାଜ ସିଂ ବରିହା, ଆର୍ତ୍ତତ୍ରାଣ ସାହୁ, ବେଣୁଧର ଭୋଇ, ରୀତା ସୁନା, ନରସିଂହ ବନଛୋର ପ୍ରମୁଖ ନିଜ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଧାରଣାରେ ପାଇକମାଲ ବ୍ଲକର ସରପଞ୍ଚ ସମିତି ସହ ଶତାଧିକ ବିଜେଡି କର୍ମୀମାନେ ବନ୍ଦରେ ସାମିଲ ଥିଲେ । ଉପଖଣ୍ଡ ପୋଲିସ ଅଧିକାରୀଙ୍କ ସହ ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲେଟ, ଜଗଦଲପୁର ଆଦି ଥାନାର ଅଧିକାରୀ ସମେତ ୪ ପ୍ଲାଟୁନ ପୋଲିସ ଉପସ୍ଥିତ ରହି ପରିସ୍ଥିତି ଉପରେ କଡ଼ା ନଜର ରଖିଥିଲୋ ।
Next Post