oom

ଗୁଣପୁର ବ୍ଲକ ଗଠନ ପାଇଁ ଦାବୀ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ବଣ ପାହାଡ଼ଘେରା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଗୁଣପୁର ଠାରେ ଏକ ନୂତନ ବ୍ଲକ ଗଠନ ପାଇଁ ଦାବୀ ଜଣାଇଛନ୍ତି ୧୦ ପଂଚାୟତବାସୀ । ଗୁଣପୁର, କାଣିଗୁମା, ଥୁଆମୂଳ, କେରପାଇ, ନାକରୁଣ୍ଡି, ସିଲେଟ, ତଲ ଆମପଦର, କର୍ଲାପାଟ, ସିନ୍ଧିପଦର, କିଆପଦର ଏହି ୧୦ଟି ପଂଚାୟତକୁ ନେଇ ଗୁଣପୁର ଠାରେ ଏକ ନୂତନ ବ୍ଲକ ଗଠନ ପାଇଁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଥୁଆମୂଳ ରାମପୁର ଠାରେ ବ୍ଲକ ମୁଖ୍ୟାଳୟ ଅଛି । ବିଭିନ୍ନ କାର୍ଯ୍ୟପାଇଁ ବ୍ଲକକୁ ଯିବାକୁ ହେଲେ ଏହି ୧୦ ପଞ୍ଚାୟତବାସୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବଣ ପାହାଡ଼ ଘେରା ଅଞ୍ଚଳ ହୋଇଥିବାରୁ ଭୌଗୋଳିକ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଯାଉଥିବା ଅଭିଯୋଗ ହେଉଛି । ତେଣୁ ଗୁଣପୁର ଠାରେ ଏକ ନୂତନ ବ୍ଲକ ଗଠନ ପାଇଁ ୧୦ ପଞ୍ଚାୟତର ଜନ ପ୍ରତିନିଧି, ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.