ଛତ୍ରପୁର ଶିଳ୍ପାୟନମାନଙ୍କରେ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ନିକଟବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା ପ୍ରତିଷ୍ଠିତ ବିଭିନ୍ନ କମ୍ପାନୀ ମାନଙ୍କରେ ଯଥା- ଆଇ.ଆର୍.ଇ.ଏଲ୍. ଓ ଗୋପାଳପୁର ପୋର୍ଟ ଆଦି ଶିଳ୍ପାୟନମାନଙ୍କରେ ଶ୍ରମିକ ଛଟେଇ କରିବା ଏକ ସ୍ୱାଭାବିକ ପ୍ରଥା ହେଇଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ନମିଳିବା ଏବଂ ନିୟୋଜିତ ଶ୍ରମିକମାନଙ୍କୁ ଏବଂ ଡ୍ରାଇଭରମାନଙ୍କୁ ଆଠ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା ଖଟାଉଥିଲେ ମଧ୍ୟ କମ୍ ଦରମାରେ ଅଧିକ ସମୟ ଯାଏଁ ଖଟାଇ ହନ୍ତସନ୍ତ କରାଇ ଆସୁଛନ୍ତି । ତେବେ ଶ୍ରମିକ ନିର୍ଯ୍ୟାତନା ନେଇ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାଯାଇଛି । କୁହାଯାଏ ଯେ’ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ଅଞ୍ଚଳରେ ଟାଟା, ଟିଟାନିୟମ, ଗଞ୍ଜାମ ସହରରେ ଜୟଶ୍ରୀ କେମିକଲସ୍ ଅବା ଅଧୁନା ଗ୍ରାସିମ୍ ଇଣ୍ଡଷ୍ଟ୍ରି ଆଦି କମ୍ପାନୀ, ବୃହତ୍ ପ୍ରତିଷ୍ଠାନ ଆଇ.ଆର୍.ଇ.ଏଲ୍. ଏବଂ ଗୋପାଳପୁର ପୋର୍ଟ ଆଦି ଶିଳ୍ପାୟନମାନଙ୍କରେ ଶ୍ରମିକଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦିଆଯାଉ ନଥିବାରୁ ଶ୍ରମିକ ଅଶାନ୍ତିର ବହ୍ନି ଜଳି ଉଠିଛି । ଏହି ସବୁ କମ୍ପାନୀଗୁଡ଼ିକ ପରିଚାଳନା ପାଇଁ ଅନେକ ବୃହତ୍ତର ସଂସ୍ଥା ଗ୍ରୁପ ମାଲିକଙ୍କ ସହଭାଗିତାରେ ଘରୋଇ କମ୍ପାନୀ ସବୁ ଚାଲିଛି ବୋଲି ଅଭିଯୋଗ ହୋଇଛି । ଯାହା ଫଳରେ ସେମାନେ ଶ୍ରମିକଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ନଦେଇ ନିଜ ନିଜ ସ୍ୱାର୍ଥଦୃଷ୍ଟି ଦିଗରେ ଧ୍ୟାନ ଦେଇ ବହୁ କମ୍ପାନୀର ବହୁ ଅର୍ଥ ଲୁଟି ଚାଲିଛନ୍ତି । ଏହାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନକୁ ଓହରି ଆଇନ୍ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏକମାସ ମଧ୍ୟରେ ନିୟୋଜିତ ଆଞ୍ଚଳିକ ଶ୍ରମିକ ଓ ଡ୍ରାଇଭର ମାନଙ୍କ ମୌଳିକ ସମସ୍ୟା ସମାଧାନ କରାନଗଲେ ଆଗାମୀ ଦିନରେ ବୃହତ୍ତର ଆନ୍ଦୋଳନ କରିବାକୁ ଆମ୍ଭେ ପ୍ରସ୍ତୁତ ଅଛୁ ବୋଲି ଉପଦେଷ୍ଟା ତଥା ଗଂଜାମ ବ୍ଲକ ପୂର୍ବତନ ଚେୟାରମେନ୍ ଏନ୍. ଭୀମରାଜୁ ରେଡୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏନେଇ ବିରିସିଙ୍ଗି’ ଡ୍ରାଇଭର୍‌ ଆସୋସିଏସନ୍ ସଧାରଣ ସମ୍ପାଦକ ସୀତାରାମ ଗୌଡ଼, ସଭାପତି ସୁମିତ୍ରା ବେହେରାଙ୍କ ନେତୃତ୍ୱରେ ଶୁକ୍ରବାର ଏକ ଜରୁରୀ ବୈଠକ ବସି ବିଶଦ ଭାବେ ଆଲୋଚନା ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ତ‌ଥା ବିଶିଷ୍ଠ କଂଗ୍ରେସ ନେତା ଡକ୍ଟର୍ ନିରଞ୍ଜନ ପାଣିଗ୍ରାହୀ, ଶ୍ରମିକ ନେତା ଆଇନଜୀବୀ ସୂର୍ଯ୍ୟନାରାୟଣ ମହାପାତ୍ର, ଟ୍ରେଡ ୟୁନିୟନ ମାର୍ଗଦର୍ଶକ ବସନ୍ତ କୁମାର ପଟ୍ଟନାୟକ, ଆଇନଜୀବି ଅଜିତ ହୋତା, ଲାଲମୋହନ ପଟ୍ଟନାୟକ, ଆଇନଜୀବୀ ଆଦିତ୍ୟ ନାୟକ ପ୍ରମୁଖ ଯୋଗଦେଇ ଛତ୍ରପୁର ଅଞ୍ଚଳରେ ଗଢ଼ି ଉଠିଥିବା ପ୍ରତିଷ୍ଠିତ କମ୍ପାନୀର ଶ୍ରମିକମାରଣ ନୀତି ବିରୁଦ୍ଧରେ ସ୍ୱର ଉଠାଇଥିଲେ ।

Leave A Reply

Your email address will not be published.