om academy

ପାଇକମାଲ ସହରକୁ ସଜାଡିବା ପାଇଁ ଦାବୀ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଏକ ପ୍ରାଚୀନ ସହର ଭାବରେ ବେଶ ପରିଚିତ । ପାଇକମାଲ ଆଖପାଖ ଅଞ୍ଚଳର ଏକ ବ୍ୟବସାୟ ସ୍ଥଳୀ । ପାଇକମାଲରେ ଅନେକ ସରକାରୀ ଅଫିସ ଓ ସମସ୍ତ ଅଧିକାରୀ ମାନେ ରହୁଛନ୍ତି । ଫଳରେ ପାଇକମାଲକୁ ଆଖପାଖ ଅଞ୍ଚଳର ଲୋକ ତଥା ଅନ୍ୟାନ୍ୟ ସହରରୁ ବିଭିନ୍ନ ସରକାରୀ କାମ ପାଇଁ ହଜାର ହଜାର ଲୋକ ଆସିଥାନ୍ତି । ସବୁବେଳେ ପାଇକମାଲ ସହରକୁ ନୃସିଂହନାଥ ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ପାଇକମାଲ ମୁଖ୍ୟଛକରେ । କିନ୍ତୁ ପାଇକମାଲ ସମସ୍ୟା ଦିନକୁ ଦିନ ସମାଧାନ ହେବା ପରିବର୍ତ୍ତେ ସମସ୍ୟା ବଢିବାରେ ଲାଗିଛି । ସହରର ବିଜୁ ଏକ୍ସପ୍ରେସ ୱେ ଉଭୟ ପାଶ୍ୱରେ କୁଢକୁଢ ମଇଲା ଜମାହେବା, ଡ୍ରେନ୍‌ ନଥିବାରୁ ପାଣି ରାସ୍ତା ଉପରେ ଆସୁଥିବା ହେତୁ ରାସ୍ତା ମଝିରେ ଖାଲଖମା ଭର୍ତ୍ତି ହୋଇ ରହିଛି । ରାତିରେ ଏ ପର୍ଯ୍ୟନ୍ତ ଷ୍ଟିକ୍‌ ଲାଇଟ୍‌ର ମଧ୍ୟ ବ୍ୟବସ୍ଥା ହୋଇ ପାରିନାହିଁ । ପାଇକମାଲର ସବୁ ପଡାକୁ ପାଣିର ବ୍ୟବସ୍ଥା ନଥିବା ହେତୁ ମହିଳାମାନେ ରାସ୍ତାରୋକ ମଧ୍ୟ କରିଛନ୍ତି । ପ୍ରଶାସନର ଅଧିକାରୀଙ୍କ ଅବହେଳା ଓ ପାଇକମାଲ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଅବେହେଲା ଯୋଗୁଁ ଏ ପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଏ ସବୁକୁ ଦୃଷ୍ଟିରେ ରଖି ସମାଧାନର ରାସ୍ତା ବାହାର କରିବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.