ଲକ୍ଷ୍ମୀପୁର ବ୍ଲକ୍‌କୁ ସବଡ଼ିଭିଜନ ଦାବିରେ ୧୨ଘଣ୍ଟିଆ ରାସ୍ତାରୋକ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକକୁ ସବଡ଼ିଭିଜନ ଦାବିକରି ଆଜି ୧୨ଘଣ୍ଟିଆ ରାସ୍ତାରୋକ କରାଯାଇଛି । ଲକ୍ଷ୍ମୀପୁର ବିକାଶ ପରିଷଦ ସହ ବିଭିନ୍ନ ସଙ୍ଘଠନ ତରଫରୁ ଜାତୀୟ ରାଜପଥ ୩୨୬କୁ ଅବରୋଧ କରାଯାଇଛି । ରାୟଗଡାଠାରୁ କୋରାପୁଟ ଓ ଜୟପୁରକୁ ସଂଯୋଗ କରୁଥିବା ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସବଡ଼ିଭିଜନ ଦାବିକୁ ସମର୍ଥନ ଜଣାଇ ଲକ୍ଷ୍ମୀପୁରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଦୀର୍ଘ ୬ ବର୍ଷରୁ ଅଧିକ ସମୟ ହେବ ସବଡ଼ିଭିଜନ ପାଇଁ ଦାବି କରାଯାଇଥିଲା । କିନ୍ତୁ ସରକାର କର୍ଣ୍ଣପାତ କରୁନଥିବା କାରଣରୁ ଆଜି ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିଥିବା କହିଛି ବିକାଶ ପରିଷଦ । ଗତ କିଛି ଦିନ ତଳେ ରାଜ୍ୟ ୩୫ଟି ଏନଏସି ଘୋଷଣା ହୋଇଥିବା ବେଳେ କୋରାପୁଟର ବୋରିଗୁମା ବ୍ଲକକୁ ଏନ୍‌ଏସିର ମାନ୍ୟତା ମିଳିଛି । ହେଲେ ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ବିଭିନ୍ନ ଅନୁଷ୍ଠାନ ରହିଥିଲେ ମଧ୍ୟ ଲକ୍ଷ୍ମୀପୁରକୁ ସବଡ଼ିଭିଜନ ମାନ୍ୟତା ପ୍ରଦାନ ନକରିବା ଏହା ସରକାରଙ୍କ ଟାଳ ଟୁଳ ନୀତି ବୋଲି ଅଭିଯୋଗ କରାଯାଇଛି । ସେପଟେ ବନ୍ଦ୍ କାରଣରୁ ଜାତୀୟ ରାଜପଥରେ ସହ ସହ ଗାଡି ଅଟକ ରହିଛି । ପିକେଟିଂ କରାଯାଇ କୌଣସି ଗାଡିକୁ ଆନ୍ଦୋଳନକାରି ଛାଡ଼ୁନାହାନ୍ତି ।

Leave A Reply

Your email address will not be published.