oom

ସମ୍ବାଦିକଙ୍କ ସୁରକ୍ଷା ଓ ପେନ୍‌ସନ୍‌ ପ୍ରଦାନ ନେଇ ଓୟୁଜେ ସଂଗଠନର ଦାବୀ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କାର୍ଯ୍ୟରତ ସମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହ ସାମ୍ବାଦିକଙ୍କୁ ପେନ୍‌ସନ୍‌ ପ୍ରଦାନ ପାଇଁ ଓୟୁଜେ ସଂଗଠନ ଦାବୀ କରିଛି । ଓଡିଶା ସାମ୍ବାଦିକ ୟୁନିୟନ ଗଞ୍ଜାମ ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରତିନିଧିମଣ୍ଡଳୀଙ୍କ ସହ ଆସି ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସଙ୍କୁ ପ୍ରଦାନ କରିଛନ୍ତି । ସୂଚନା ଥାଉକି, ମହାରାଷ୍ଟ୍ର ସରକାର ସାମ୍ବାଦିକମାନଙ୍କ ନିମନ୍ତେ ସାମ୍ବାଦିକ ସୁରକ୍ଷା ଆଇନ ଆଣିଥିବା ବେଳେ ଓଡ଼ିଶାରେ ମଧ୍ୟ ଏଭଳି ଆଇନ ଲାଗୁ କରିବାକୁ ଦାବୀ ହୋଇଛି । ହରିୟାଣା, ଆସାମ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ଉତ୍ତରାଖଣ୍ଡ ସରକାର ସମ୍ବାଦିକଙ୍କ ପାଇଁ ପେନ୍‌ସ୍‌ନ ବ୍ୟବସ୍ଥା ଲାଗୁ କରିଛନ୍ତି । ଓଡ଼ିଶାରେ ମଧ୍ୟ ସାମ୍ବାଦିକଙ୍କୁ ପେନ୍‌ସନ୍‌ ଲାଗୁ କରିବା ପାଇଁ ସଂଘ ଉକ୍ତ ସ୍ମାରକପତ୍ରରେ ଏହି ଦାବୀ ଉଲ୍ଲେଖ କରିଛନ୍ତି । ଦାବୀପତ୍ର ପ୍ରଦାନ ବେଳେ ଓଡିଶା ସାମ୍ବାଦିକ ୟୁନିୟନ ଗଞ୍ଜାମ ଜିଲ୍ଲା ସଭାପତି ପ୍ରକାଶ ପାଣିଗ୍ରାହୀ, ସମ୍ପାଦକ ସଦାଶିବ ପଣ୍ଡା, ରବିନ୍ଦ୍ର କୁମାର ପଣ୍ଡା, ଏ. ରାଜାରାଓ, ରାଜଗୋପାଳ ପାଢ଼ୀ, ସନ୍ତୋଷ କୁମାର ପଣ୍ଡା, ଛତ୍ରପୁର ପ୍ରେସ କ୍ଲବ୍ ସଭପତି ରବିନ୍ଦ୍ର ନାଥ ପଣ୍ଡା, ଉପ-ସଭାପତି ସନ୍ତୋଷ କୁମାର ମିଶ୍ର, ଟି. ଶରତ କୁମାର ସୁବୁଦ୍ଧି, ବରିଷ୍ଠ ସାମ୍ବାଦିକ କେ. ସତ୍ୟନାରାୟଣ ରେଡ୍ଡୀ, କୃଷ୍ଣ ଚନ୍ଦ୍ର ପ୍ରଧାନ, ଅଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.