jayashree

ସହରର ପ୍ରାକୃତିକ ଜଳ ନିଷ୍କାସନ ପଥର ପୁନରୁଦ୍ଧାର ଦାବୀ

  • ଟାଉନ ହଲ ଓ ବିଭୁତିପଡା ଶ୍ମଶାନଘାଟ ହେବ ନବୀକରଣ : ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପୁରତାନ ପ୍ରାକୃତିକ ଜଳ ନିଷ୍କାସନ ପଥରେ ଜଳାଶୟମାନଙ୍କୁ ଜଳ ପ୍ରବେଶ କରୁଥିଲା । ସହରର ଜଳ ନିଷ୍କାସନ ପଥ ଗୁଡିକ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ନିର୍ମାଣ କରାଯାଇଲା ଫଳରେ ଜଳାଶୟରୁ ଜଳାଶୟକୁ ବର୍ଷା ଜଳ ପ୍ରବେଶ କରି ସହରର ବାହାରକୁ ନିଷ୍କାସିତ ହେଉଥିଲା କିନ୍ତୁ କାଳକ୍ରମେ ଏହି ଜଳ ନିଷ୍କାସନ ପଥ ଗୁଡିକ ଜବର ଦଖଲ କରାଯାଇ ବନ୍ଧ କରାଯାଇଛି । ଯାହା କିଛି ବି ଅଛି ତାର ମରାମତି ନ କରିବା ଫଳରେ ଏହି ପଥଗୁଡିକ ବନ୍ଦ ହୋଇଯାଇଛି । ଏହି ସମସ୍ତ ଜଳ ନିଷ୍କାସନ ପଥ ଗୁଡିକର ପୁନରୁଦ୍ଧାର କରାଯାଇ ବର୍ଷାଜଳର ସଦ୍‌ବିନିଯୋଗ କରିବା ପାଇଁ ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କୁ କରଙ୍ଗାକଣ୍ଟା ବଞ୍ଚାଅ ଅଭିଯାନ ପକ୍ଷରୁ ଦାବୀପତ୍ର ପ୍ରଦାନ ପୂର୍ବକ ଅଧ୍ୟକ୍ଷ ମନୋରଂଜନ ପୁରୋହିତଙ୍କ ନେତୃତ୍ୱରେ ଏକ କମିଟି ଆଲୋଚନା କରିଛନ୍ତି । ଏହା ସହ ଟାଉନହଲର ସୌନ୍ଦର୍ଯ୍ୟକରଣ ସହ ବିଭୁତିପଡା ଶ୍ମଶାନଘାଟର ବିଭିନ୍ନ ସମସ୍ୟାର ଆଲୋଚନା କରିଥିଲେ । ଆଲୋଚନାର ଉତ୍ତର ରଖି ପୌରାଧ୍ୟକ୍ଷା ଏହି ସବୁ କରଙ୍ଗାକଟା, ନରସିଂହ ବନ୍ଦ ଓ ମାରୱାଡି ବନ୍ଧ ଜଳପଥ ନିର୍ମାଣ କରାଯିବ । ସେହିପରି ପ୍ରତାପସାଗରରୁ ରାଣିବନ୍ଧ ନୂତନ ଭାବେ ଜଳପଥ ନିର୍ମାଣ ପାଇଁ ପ୍ରପୋଜାଲ ହୋଇଛି । ଟାଉନ ହଲ ଅର୍ଥ ବରାତ ହୋଇଥିବା ବେଳେ ବିଭୁତିପଡା ଶ୍ମଶାନ ଘାଟ ନବୀକରଣ ହେବା ପାଇଁ ପ୍ରସ୍ତାବ ଆଗତ ହୋଇଛି ବୋଲି ପୌରାଧ୍ୟକ୍ଷ ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ପରିଷଦ ଆନ୍ତରିକତାର ସହ ଉଦ୍ୟମ କରୁଛି ବୋଲି କହିଛନ୍ତି । ଆଜିର ଏହି କମିଟିରେ ବରିଷ୍ଠ ନାଗରିକ ସୁରେନ୍ଦ୍ର ନେଗୀ, ନରେନ୍ଦ୍ର କବାଟ, ମଧୁସୁଦନ ନାଏକ, ଗୋପାଲ କର, କୁଲୁତା ସମାଜର ରିଣ୍ଟୁ ସାହୁ ଓ ଆବାହକ ପ୍ରଶାନ୍ତ ମହାକୁର ଦାବୀ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.