oom

ବଲାଙ୍ଗିର ବିଧାୟକଙ୍କୁ ଓଷ୍ଟା ପକ୍ଷରୁ ଦାବୀପତ୍ର ପ୍ରଦାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ବଲାଙ୍ଗିର ଓ ଦେଓଗାଁ ବ୍ଲକର ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶତାଧିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଓଷ୍ଟା ରାଜ୍ୟ ଉପସଭାପତି ସୁଧିର କୁମାର ନାଏକ, ଓଷ୍ଟା ଜିଲ୍ଲା ଯୁଗ୍ମ ସଂପାଦକ ଅନୀଲ କୁମାର ସାହୁ, ବଲାଙ୍ଗିର ଜୋନ୍‌ ସଂପାଦକ ଶଙ୍କର ପ୍ରସାଦ ମିଶ୍ର, ଦେଓଗାଁ ବ୍ଲକ ସଂପାଦକ ପ୍ରେମରାଜ ପଧାନଙ୍କ ନେତୃତ୍ୱରେ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ, ସପ୍ତମ ବେତନ କମିଶନ, ଚାକିରି ସତ୍ତାବଳୀ ପେନସନ, ଅବସରକାଳୀନ ସୁବିଧା ଇତ୍ୟାଦି ଦାବୀରେ ବିଧାୟକ ନରସିଂହ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ତ୍ରିପାଠୀ, ସୁରେଶ ଷଡଙ୍ଗୀ, କୃଷ୍ଣଚନ୍ଦ୍ର ମିଶ୍ର, ଲଲାଟ କେଶରୀ ପ୍ରଧାନ, କେଶବ ଚନ୍ଦ୍ର ମିଶ୍ର, ପବିତ୍ର ବୁଡେକ, ବୈକୁଣ୍ଠ ଜେନା, ଗିରିଧାରୀ ସାହୁ, ମଦନ ମୋହନ ରଥ, ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.