ପାଟଣାଗଡ଼ ଉପଖଣ୍ଡ ଅଧୀନସ୍ଥ ଘସିଏନ୍‌ ଗ୍ରାମ ପଞ୍ଚାୟତକୁ ବ୍ଲକ୍ ଘୋଷଣା କରିବା ଦାବୀରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ମହିଳା ଓ ପୁରୁଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଘସିଏନ୍‌ ଗ୍ରାମ ପଞ୍ଚାୟତକୁ ବ୍ଲକ୍ ଘୋଷଣା କରିବା ଦାବୀରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଘସିଏନ୍‌ ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ସେମାନେ କହିଛନ୍ତି ଯେ, ଘସିଏନ୍‌ ଠୁ ପାଟଣାଗଡ଼ ପାଖାପାଖି ୩୦ କିଲୋ ମିଟର ଦୂର ହେଉଥିବା ବେଳେ ସେଠାକୁ ଯିବା ଆସିବା କରିବାରେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପକ୍ଷରେ ଘସିଏନ୍‌ ବ୍ଲକ ହେବା ପାଇଁ ଗୋଟିଏ ଯୋଗ୍ୟ ସ୍ଥାନ ବୋଲି କହିଛନ୍ତି ଘସିଏନ୍‌ ଗ୍ରାମବାସୀମାନେ । ତେବେ ଏଥିପ୍ରତି ଜିଲ୍ଲାପାଳ ଶ୍ରୀ ରାଣା ଧ୍ୟାନ ଦେବା ପାଇଁ ଘସିଏନ୍‌ ବାସିନ୍ଦା ଦାବୀ କରିଛନ୍ତି ।

Leave A Reply

Your email address will not be published.