ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତକୁ ଏନ୍ଏସି କରିବା ପାଇଁ ବିଧାନସଭାରେ ଦାବୀ ଉଠାଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବଙ୍ଗୋମୁଣ୍ଡା ପଞ୍ଚାୟତକୁ ଏନ୍ଏସି କରିବେ କି ମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି କହିଥିଲେ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ପଞ୍ଚାୟତ ଓ ଗୋହିରାପଦର ଗାଁକୁ ମିଶାଇ ଜନ ସଂଖ୍ୟା ୧୦ ହଜାରରୁ ଅଧିକ ରହିଥିବା ବେଳେ ଏ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲାର ଉଦାହରଣ ଦେଇ ବିଧାୟକ କହିଛନ୍ତି ଯେ, ଛୋଟ ଛୋଟ ଗାଁ ମାନଙ୍କୁ ସରକାର ଏନ୍ଏସି କରିଛନ୍ତି । ତେବେ ଏହାକୁ କାହିଁକି କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ପୂର୍ବରୁ ବଙ୍ଗୋମୁଣ୍ଡାକୁ ଏନ୍ଏସି ମାନ୍ୟତା ପାଇଁ ଦାବୀ ହୋଇ ଆସୁଥିବା ବେଳେ ବର୍ତ୍ତମାନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବିଧାନସଭାରେ ପ୍ରଶ୍ନ କରିଥିବାରୁ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଓ ଜନ ସାଧାରଣମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ ରାଜ୍ୟ ସରକାର ଏ ଦିଗରେ କେବେ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
Next Post