centurian jitm

ବେଲପଡ଼ା ବିଡ଼ିଓଙ୍କୁ ଅସମ୍ମାନ ପ୍ରଦର୍ଶନ ଆରୋପ କରି ପୂର୍ବତନ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନଙ୍କ ଗିରଫ ଦାବୀ କଲା ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଲପଡ଼ା ବ୍ଲକ ବିଡ଼ିଓଙ୍କୁ ଅସମ୍ମାନ ପ୍ରଦର୍ଶନ ଆରୋପ କରି ପୂର୍ବତନ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନଙ୍କ ଗିରଫ ଦାବୀ କରିଛି ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ । ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିଷଦର ଅଧ୍ୟକ୍ଷ ନିହାଲ ସିଂ, ଉପାଧ୍ୟକ୍ଷ ଆଇନଜୀବୀ ଦୀପକ କୁମାର ବାଗ, ମହାସଚିବ ମମିନା ଖାତୁନ, ସମ୍ବଲପୁର ଜିଲ୍ଲା ଆବାହକ ଆଶିଷ ମହାନନ୍ଦ ତଥା ବଲାଙ୍ଗିର ଜିଲ୍ଲା ଆବାହକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ଉପସ୍ଥିତିରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ପରିଷଦ ପକ୍ଷରୁ କୁହାଯାଇଛି ଯେ, ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକର ବିଡ଼ିଓ ଭିକ୍ଟୋର ସୋରେନ୍‌ ଭାରତର ସମ୍ବିଧାନ ଆଧାରରେ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଛନ୍ତି । କିନ୍ତୁ ରାଜତନ୍ତ୍ରର ନିଶାରେ ଥିବା ପୂର୍ବତନ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ବିଡ଼ିଓ ଶ୍ରୀ ସୋରେନ୍‌ଙ୍କୁ ଅସମ୍ମାନ କରିବା ସହ ତାଙ୍କୁ ହୀନଦୃଷ୍ଟିରେ ଆକ୍ଷେପ କରିବା ସଂପର୍କିତ ଭିଡ଼ିଓ ଭାଇରାଲ୍‌ ହୋଇଛି । ଏହି ଘଟଣାର ସତ୍ୟାସତ୍ୟ ଅନୁସଂଧାନ କରି ସଂପୃକ୍ତ ଜନ ପ୍ରତିନିଧିଙ୍କୁ ଅନୁସୂଚୀତ ଜାତି ଜନଜାତି ଧାରା ବଳରେ ଗିରଫ କରାଯିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପରିଷଦ ପକ୍ଷରୁ ପ୍ରଶାସନକୁ କୁହାଯାଇଛି । ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ, ଯଦି ତାଙ୍କୁ ଗିରଫ କରାନଯାଏ ତେବେ ଆସନ୍ତା ଫେବୃୟାରୀ ୧୦ ତାରିଖ ଦିନ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ।

Leave A Reply

Your email address will not be published.