oom

ଘରଡିହ ମିଳିବା ଦାବୀରେ ଜିଲ୍ଲା ଓବିସି ଆଦିବାସୀ ଦଳିତ ସେନା ପକ୍ଷରୁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଗୃହହୀନ ପରିବାରଙ୍କୁ ପ୍ରଦାନ କରାଯାଇଥିବା ଘର ଡିହ ପଟାର ସୀମା ଚିହ୍ନଟ କରି ଦଖଲ କରିବା ଦାବୀରେ ଆଜି ଓବିଶି ଆଦିବାସୀ ଦଳିତ ସେନା ପକ୍ଷରୁ ହଜାର ହଜାର ସଂଖ୍ୟାରେ କଲେଜ ଛକରୁ ଏକ ଶୋଭା ଯାତ୍ରା ବାହାରି ଗାଇସିଲେଟ ତହସିଲ ସମ୍ମଖରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ଦୁର୍ବଳ ଶ୍ରେଣୀର ଲୋକ ମାନଙ୍କର ଅର୍ଥନୈତିକ ଅବସ୍ଥାର ବିକାଶ ପାଇଁ ଏବଂ ଅନ୍ୟାନ୍ୟ ରାଜ୍ୟର କୃଷି ଉତ୍ପାଦନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭୂମିହୀନ ବ୍ୟକ୍ତିମାନଙ୍କୁ ସିଲିଂ ବଳକା ଜମି ଓ ସରକାରୀ ଜମିଗତ ୧୯୭୪/୭୫ ମସିହା ଠାରୁ ରାଜ୍ୟ ସରକାର ପ୍ରଦାନ କରି ଆସୁଛନ୍ତି । ସେହି କ୍ରମରେ ଗାଇସିଲେଟ ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଗରିବ ହିତାଧିକାରୀଙ୍କୁ ଘର ଡିହ ପ୍ରଦାନ କରାଯାଇଛି । କେତେକ କ୍ଷେତ୍ରରେ ପଟା ପାଇଥିବା ଭୂମିହୀନ ଘର ଡିହ ଶୁନ୍ୟ ଓ ଜମି ପୁନଃଦଖଲ ଦିଆଯାଇଥିବା ଜମିର ଦଖଲରେ ନଥିବା ରାଜ୍ୟର ଗରିବ ଭୂମିହୀନ ଓ ଗୃହ ଶୁନ୍ୟ ବ୍ୟକ୍ତି ମାନଙ୍କୁ ବିଶେଷ କରି ଆଦିବାସୀ ଓ ଏସ୍‌ସି ମାନଙ୍କୁ ସେମାନଙ୍କର ଜମି ଅଧିକାର ସୁରକ୍ଷା ଓ ଅଧିକାର ପ୍ରଦାନ ପାଇଁ ଗତ ୨୮/୦୭/୨୦୦୭ ରିଖରେ ଓଡିଶା ସରକାର ରାଜସ୍ୱ ବିପର୍ୟ୍ୟୟ ପରିଚାଳନା ବିଭାଗ ମୁଖ୍ୟ ସଚିବଙ୍କ ତରଫରୁ ଚିଠି ସଂଖ୍ୟ ୩୪୫୦୨ ମାଧ୍ୟମରେ ମୋ’ ଜମି ମୋ’ ଡିହ ଅଭିଯାନରେ ଆଦେଶ ଜାରି କରିଥିଲେ । ହିତାଧିକାରୀଙ୍କଠୁ ପ୍ରାପ୍ତ ଦରଖାସ୍ତ ଅଭିଯୋଗ ପତ୍ର ସନ୍ନିହିତ ତଥ୍ୟ ଅନୁଯାୟୀ ସରଜମୀନ ତଦନ୍ତ କରି ରେକର୍ଡ ସଂଶୋଧନ କରିବା, ସ୍ୱତଃ ସମସ୍ତ ସରକାରୀ ରେକର୍ଡ ତନଖି କରି ରେକର୍ଡ ଭୁକ୍ତ କରିବା ନିମନ୍ତେ ଆଦେଶ ଦିଆଯାଇଥିବା ଦାବୀ ଅନୁଯାୟୀ ସରଜମିନ ତଦନ୍ତ କରି ହିତାଧିକାରୀଙ୍କୁ ଜମି ଦଖଲ ପ୍ରଦାନ କରିବେ । ତେବେ ସରକାରୀ ଆଇନରେ ତଥା ଜିଲ୍ଲାପାଳଙ୍କ ନିର୍ଦେଶନାମା ଥାଇ ମଧ୍ୟ ହିତାଧିକାରୀଙ୍କୁ ଘର ଡିହର ଦଖଲ ଦିଆ ଯାଇନାହିଁ, ଯାହା ଫଳରେ ହିତାଧିକାରୀମାନେ ସରକାରୀ ଯୋଜନାର ଲାଭ ପାଇଁ ପାରୁନାହାନ୍ତି । ଏଣୁ ଆଦିବାସୀ ଓବିସି ଦଳିତ ସେନା ପକ୍ଷରୁ ଦାବୀ ପ୍ରଦାନ କରାଯାଇଥିଲା । ସ୍ୱତନ୍ତ୍ର ଅଭିଯାନ କରାଯାଇ ସମସ୍ତ ହିତାଧିକାରୀଙ୍କୁ ଘର ଡିହର ଦଖଲ ଦିଆଯାଉ, ଗୃହହୀନ ପରିବାରକୁ ୪ ଡ଼ିସିମିଲ ଘର ଡିହ ଯୋଗାଇ ଦିଆଯାଉ, ଗାଇସିଲେଟ ବ୍ଲକକୁ ମରୁଡି ଘୋଷଣା କରାଯାଇ ଇନପୁଟ ସବସିଡ଼ି ପ୍ରଦାନ କରିବା ସହ ଚାଷୀଙ୍କ ସଶ୍ୟବୀମା ଟଙ୍କା ପ୍ରଦାନ କରିବା ପାଇଁ ଓଡିଶା ଆଦିବାସୀ ଓବିସି ଦଳିତ ସେନାର ରାଜ୍ୟ ସଭାପତି ଗୋବର୍ଦ୍ଧନ ଭୋଏଙ୍କ ନେତୃତ୍ୱରେ ତହସିଲଦାର ଗାଇସିଲେଟଙ୍କୁ ହଜାର ସଂଖ୍ୟାରେ ଆସି ଦାବୀ ପତ୍ର ଦିଆ ଯାଇଥିଲା । ଦାବୀ ପ୍ରଦାନ ବେଳେ ଶଶୀ ଭୂଷଣ ବରିହା, ଗୋପାଳ ଭୁଏ, ସଞ୍ଜୟ ଜରଜରିଆ, ଯଜ୍ଞେଶ୍ୱର ପଧାନ, ଅଚ୍ୟୁତ ସାହୁ, ରବି ସାହୁ, ରଙ୍କମଣି ପଧାନ, ସୁଶାନ୍ତ କମାଲିଆ, ଗୋବିନ୍ଦ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.