ls

ସୋନଗଡ଼ ନଦୀରେ ବ୍ୟାରେଜ ନିର୍ମାଣ ଦାବୀ ନେଇ ସିକୁଆଁରେ ବିରାଟ ଚାଷୀ ସମାବେଶ : ଭବିଷ୍ୟତରେ ବିଭିନ୍ନ ସ୍ଥାନରେ ବ୍ୟାରେଜ୍ ଦାବୀ ପାଇଁ ୨୬ ପଞ୍ଚାୟତରୁ ଚାଷୀ ପ୍ରତିନିଧି ଦଳ ଗଠନ

sb

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଓ ବଲାଙ୍ଗିର ସଦର ବ୍ଳକର ଆଞ୍ଚଳିକ ଚାଷୀ କମିଟି ପକ୍ଷରୁ ଦେଓଗାଁ ବ୍ଳକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେରଙ୍କ ଆହ୍ୱାନ କ୍ରମେ ଦେଓଗାଁ ବ୍ଳକର ସିକୁଆଁ ସିଦେ୍ଧଶ୍ୱର ମନ୍ଦିର ପରିସରରେ ରବିବାର ୧୧ଟା ସମୟରେ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଦେଓଗାଁ ବ୍ଳକର ଅଧ୍ୟକ୍ଷା ରୀନା ମେହେର, ବଲାଙ୍ଗିର ସଦର ବ୍ଳକ ଅଧ୍ୟକ୍ଷ ଗୋଳାପ ବାଗ, ବଲାଙ୍ଗିର ଜି‌ଲ୍ଲା କୃଷକ ମହାସଂଘର ସଂପାଦକ ଯତୀ ପଧା, ଜି‌ଲ୍ଲା ପରିଷଦ ସଭ୍ୟ ସୁଶୀଲ ଚାନ୍ଦ, ବ୍ଳକ ବିଜେଡ଼ି ଯୁବ ସଭାପତି ଶୈଲେନ୍ଦ୍ର ସାହୁ ପ୍ରମୁଖ ସୋନଗଡ଼ ବ୍ୟାରେଜ ନିର୍ମାଣ ପାଇଁ ଦାବୀ କରିବା ସହ ବ୍ଲକର ସମସ୍ତ ୨୬ଟି ଗାଁର ଲୋକଙ୍କୁ ନେଇ ଏକ ଚାଷୀ ପ୍ରତିନିôଧ ଦଳ ଗଠନ ହୋଇଛି, ଯାହାକି ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ବ୍ୟାରେଜ୍ ପାଇଁ ଦାବୀ ଉପସ୍ଥାପନା କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଅନ୍ୟପକ୍ଷରେ ଦେଓଗାଁ ବ୍ଳକର ମୋଟ ୨୬ଟି ପଞ୍ଚାୟତରୁ ୭ଟି ପଞ୍ଚାୟତ ଯଥା ବନ୍ଧପଡ଼ା, ସାରସମାଲ, ସିକୁଆଁ, ବଡ଼ବନ୍ଧ, କୁତୁର୍ଲା, ଧଣ୍ଡାମାଲ ଓ ଗାଈବାହାଲ ପଞ୍ଚାୟତର କେବଳ ୧୮ଟି ଗାଁ ନୁହେଁ ପରୋକ୍ଷ ଭାବେ ଦେଓଗାଁ ବ୍ଳକର ୫୦ରୁ ଅଧିକ ଗାଁ ଉପକୃତ ହେବେ । ସମାବେଶରେ ଧଣ୍ଡାମାଲ ସରପଞ୍ଚ ଦୟାନିଧୀ ଖମାରୀ, ସିକୁଆଁ ସରପଞ୍ଚ କବିତା ବିଶି, ଶିବତଲା ସରପଞ୍ଚ ବାଳକୃଷ୍ଣ ବେହେରା, ସାହାଜବାହାଲ ସରପଞ୍ଚ ପ୍ରଦ୍ୟୁମ୍ନ ହୋତା, ପୂର୍ବ ଜିଲ୍ଲାପରିଷଦ ସଭ୍ୟ ଗୋପାଳ ମିଶ୍ର, ପୂର୍ବ ସରପଞ୍ଚ ଅନ୍ତର୍ୟ୍ୟାମୀ ଭୋଇ, ସଞ୍ଜିବ ପଧାନ, ହୃଦାନନ୍ଦ ଗଡ଼ତ୍ୟା, ଗୋପିନାଥ ନାଗ, ଗୋପିନାଥ ବାଗ, ଅଚ୍ୟୁତ ମିଶ୍ର, ବିଭୁଚରଣ ରଣା, ହେମନ୍ତ ସେଠ, ଧରଣୀଧର ନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ ପୂର୍ବ ସରପଞ୍ଚ ପବିତ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

pc pk
Leave A Reply

Your email address will not be published.