ଛତ୍ରପୁର ସହରରେ ୪୮ଜଣ ମିଶନ କୁଇନଙ୍କୁ ସାଇକେଲ ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ମିଶନଶକ୍ତି ଅଧୀନରେ ନିୟୋଜିତ ୪୮ଜଣ ମିଶନ କୁଇନଙ୍କୁ ଆନୁଷ୍ଠାନିକ ସମାରୋହରେ ସାଇକେଲ ବିତରଣ କରାଯାଇଛି । ଛତ୍ରପୁର ବିଧାୟକ ସୁବାଷଚନ୍ଦ୍ର ବେହେରା, ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି.ପାପାରାଓ, ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, କାଉନସିଲର ଗଣ ପ୍ରମୁଖ ଯୋଗ ଦେଇଥିଲେ । ଛତ୍ରପୁର ସହରାଞ୍ଚଳରେ ନିୟୋଜିତ ମିଶନଶକ୍ତି ଅଧୀନରେ କାର୍ଯ୍ୟରତ ସ୍ୱଚ୍ଛସାଥୀ, ଜଳସାଥୀ, ସୁଲଭ ଶୌଚାଳୟରେ ନିୟୋଜିତ ପିଟିଟିସି ସାଥୀ, ଆହାର କେନ୍ଦ୍ରରେ ନିୟୋଜିତ ମହିଳା କର୍ମୀ, ସ୍ୱଚ୍ଛତା କ୍ଷେତ୍ରକର୍ମୀ ପ୍ରମୁଖ ସର୍ବମୋଟ ୪୮ଜଣ ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୋଜନାରେ ସାଇକେଲ ବିତରଣ କରାଯାଇଛି । ମିଶନଶକ୍ତି ମହିଳାମାନେ ଏହି ସାଇକେଲ ପାଇ ଖୁସିବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.