
ଭୁବନେଶ୍ଵର, (କେପିଏନ୍ଏସ୍) : ୨ ସାଇବର ଠକଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ । ସୂଚନାନୁଯାୟୀ, କିଛିଦିନ ପୂର୍ବର ଜଣେ ଯୁବକ ଏନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ସାଇବର ଥାନା ପୋଲିସ ୨ ଜଣ ଅଣଓଡ଼ିଆଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି । ସେମାନଙ୍କ ବିରୋଧରେ ପ୍ରାୟ ୨୫ ଲକ୍ଷରୁ ଅଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି । ଅନଲାଇନରେ ଋଣ ଦେବେ କହି ଲୋକମାନଙ୍କୁ ଠକୁଥିଲେ । ତେବେ ସେମାନଙ୍କ ସହ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ପୋଲିସ ଅଧିକ ତଦନ୍ତ କରୁଛି ।