
- ଶ୍ରାବଣୀ ବିଶ୍ୱାଲ
କସ୍ଷ୍ଟାର୍ଡ ଖାଇବା ପାଇଁ ସମସ୍ତଙ୍କର ଆଗ୍ରହ ଥାଏ । କିନ୍ତୁ ଏହାକୁ ତିଆରିବାର ପ୍ରଣାଳୀ କିଏ କେମିତି ଜାଣନ୍ତି ନାହିିଁ ବୋଲି ଘରେ ଏହାକୁ ପ୍ରସ୍ତୁତ କରିବାରେ ଅସୁବିଧା ହୋଇଥାଏ । ଆସନ୍ତୁ, ଘରେ ଏହାକୁ କେମିତି ତିଆରିବା ଶିଖିନେବା । ଏହିପରି ଉପାୟରେ ବନାନ୍ତୁ ସ୍ୱାଦିଷ୍ଟ ଫ୍ରୁଟ କସ୍ଷ୍ଟାର୍ଡ ଛୋଟ ପିଲାଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ତାଟିଆ ଚାଟି ଖାଇଯିବେ ।
କସ୍ଷ୍ଟାର୍ଡ ପ୍ରସ୍ତୁତି ପାଇଁ ସାମଗ୍ରୀ;
କ୍ଷୀର, କସ୍ଷ୍ଟାର୍ଡ ପାଉଡର, ଅଳେଇଚ, ଚିନି, କିଛି ଡ୍ରାଇ ଫ୍ରୁଟ୍ସ୍ (କାଜୁ, କିସ୍ମିସ୍, ପିସ୍ତାବାଦାମ), କଦଳୀ, ଡାଲିମ୍ପ, ସେଓ (ନିଜ ପସନ୍ଦ ଅନୁସାରେ ମିଠା ଫଳ) ।

ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଗ୍ୟାସ ଜାଳି ଗୋଟିଏ ପାତ୍ରରେ କ୍ଷୀରକୁ ଭଲ ଭାବରେ ଗରମ କରନ୍ତୁ । କ୍ଷୀରରେ ଚିନି ଆବଶ୍ୟକତା ଅନୁସାରେ ପକାନ୍ତୁ । କ୍ଷୀର ଭଲ ଭାବରେ ଗରମ ହେବା ପରେ ଗ୍ୟାସ ଫ୍ଲେମକୁ କମାଇ ଦିଅନ୍ତୁ । ତା’ପରେ ଗୋଟେ ତାଟିଆରେ କିଛି ଥଣ୍ଡା କ୍ଷୀରରେ କସ୍ଷ୍ଟାର୍ଡ ପାଉଡରକୁ ଭଲ ଭାବରେ ଗୋଳାଇ ଗରମ କରିଥିବା କ୍ଷୀରରେ ଅଳ୍ପ ଅଳ୍ପ କରି ମିଶାନ୍ତୁ ଓ କ୍ଷୀରରେ ଉକ୍ତ ଘୋଳକୁ ଚାମଚ ସାହାଯ୍ୟରେ ଭଲଭାବରେ ମିଶାନ୍ତୁ । କ୍ଷୀରରେ କସ୍ଷ୍ଟାର୍ଡ ପାଉଡରର ଘୋଳ ଭଲ ଭାବରେ ମିଶିବା ପରେ ତାହା ଅଳ୍ପ ବହଳିଆ ହୋଇଯାଇଥିବ । ଆପଣ ନିଜ ପସନ୍ଦ ଅନୁସାରେ ତାହାକୁ ବହଳିଆ କରନ୍ତୁ । ତାପରେ କସ୍ଷ୍ଟାର୍ଡର ମିଶ୍ରଣକୁ ଗ୍ୟାସରୁ ଓହ୍ଲାଇ ଆଣି ଟିକେ ଥଣ୍ଡା କରି ସେଥିରେ ଡ୍ରାଇଫ୍ରୁଟ ଓ କାଟି ରଖିଥିବା ମିଠା ଫଳ ଗୁଡିକୁ ଦେଇ ଗୋଳେଇ ଦେବା । ଏହାପରେ ଆମ କସ୍ଷ୍ଟାର୍ଡ ପ୍ରସ୍ତୁତ ହୋଇଗଲା । ଏହାକୁ ଆମେ ଥଣ୍ଡା କରି ସମସ୍ତଙ୍କୁ ପରଷିବା ।