ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ପକ୍ଷରୁ ଶୌର୍ଯ୍ୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ପକ୍ଷରୁ ଶୌର୍ଯ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୧୮୯ ବାଟାଲିୟନ କମାଣ୍ଡାଣ୍ଟ ପୱନ କୁମାର ତିୱାରୀ କ୍ୱାର୍ଟର ଗାର୍ଡରେ ଥିବା ସମାରୋହୀ ଗାର୍ଡଙ୍କୁ ସଲାମି ଦେଇଥିଲେ । ସୈନିକ ସମ୍ମିଳନୀରେ ସିଆର୍‌ପିଏଫ୍‌ର ଜବାନ ମାନଙ୍କ ବୀରତ୍ୱର କାହାଣୀ ଉପରେ ଅଧ୍ୟାପନା କରିଥିଲେ ଏବଂ ଏକ କ୍ରୀଡା କାର୍ଯ୍ୟକ୍ରମ ସହିତ ଏକ ରାତ୍ରୀ ଭୋଜନ ଆୟୋଜନ କରିଥିଲେ । ସୂଚନା ଯୋଗ୍ୟ ଯେ, ୯ ଏପ୍ରିଲକୁ ସମଗ୍ର ଭାରତରେ ଶୌର୍ଯ୍ର ଦିବସ ଭାବରେ ପାଳନ କରାଯାଇଥାଏ ।

Leave A Reply

Your email address will not be published.