oom

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ତରଫରୁ ପୁଲିସ ସ୍ମୃତି ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ତରଫରୁ ଗତକାଲି ଶାନ୍ତିପଡା ବଲାଙ୍ଗିର (ଓଡିଶା)ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପୁଲିସ ସ୍ମୃତି ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରାଣକୃଷ୍ଣ ସାହୁ ଦ୍ୱିତୀୟ କମାନ ଅଧିକାରୀ ଜବାନମାନଙ୍କୁ ଏହି ଦିନର ପୃଷ୍ଠଭୂମି ଉପରେ ଅବଗତ କରି କହିଥିଲେ ୧୯୫୯ ମସିହାରେ ଚୀନ୍‌ ସହିତ ହୋଇଥିବା ଯୁଦ୍ଧରେ ଆମ ସୀମାର ରକ୍ଷା ନିମନ୍ତେ ଯେଉଁ ସିଆର୍‌ପିଏଫ୍‌ ସୈନିକମାନେ ନିଜ ପ୍ରାଣବଳୀ ଦେଇଥିଲେ ତାଙ୍କ ସ୍ମୃତିଚାରଣ ନିମନ୍ତେ ପ୍ରତ୍ୟେକ ବର୍ଷ ଅକ୍ଟୋବର ୨୧କୁ ସହିଦ ପୁଲିସ ସ୍ମୃତି ଦିବସ ରୂପେ ପାଳନ କରାଯାଏ । ପ୍ରାଣକୃଷ୍ଣ ସାହୁ ଦ୍ୱିତୀୟ କମାନ ଅଧିକାରୀ ସେହି ସହିଦ ପୁଲିସମାନଙ୍କ ନାମ ପ୍ରତି ଶୁଣାଇଲେ ଯେଉଁମାନେ ଗତବର୍ଷ କାର୍ୟ୍ୟରତ ଅବସ୍ଥାରେ ନିଜ ପ୍ରାଣର ଆହୁତି ଦେଇଥିଲେ । କ୍ୟାମ୍ପ ପରିସରରେ ସ୍ଥାପିତ ସହୀଦ ସ୍ମାରକରେ ମାଲ୍ୟାର୍ପଣ କରିବା ସହିତ ଭାବମୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ବିନୋଦ କୁମାର ଟଣ୍ଡନ, ଉପକମାଣ୍ଡେଣ୍ଟ, ନିରୀକ୍ଷକ ପି. ଲିମସଙ୍ଗ୍‌ ଓ ସିଆର୍‌ପିଏଫ୍‌ର ଅନ୍ୟ ଜବାନମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.