ସିଆରପିଏଫ-୧୮୯ ବେଟାଲିଅନ ତରଫରୁ ସିଭିଲ ଏକ୍ସନ ପ୍ରୋଗ୍ରାମ-୨୦୨୧ ଅନୁଷ୍ଠିତ

ବଲାଙ୍ଗିର , (ଦେବାଶିଷ ମିଶ୍ର) : ୧୮୯ ବେଟାଲିଅନ ସିଆରପିଏଫ ତରଫରୁ ଜିଲ୍ଲାର ସୀମାବର୍ତ୍ତି ମାଓବାଦୀ ଅଧ୍ୟୁଷିତ ଅଂଚଳରେ ବିଭିନ୍ନ ଜନ ହିତାକାରୀ କାର୍ୟ୍ୟକ୍ରମ ଅନୁଷ୍ଟିତ କରାଯାଉଛି । ଏହି ସିଭିଲ ଏକ୍ସନ ପ୍ରୋଗ୍ରାମ କୁହାଯାଉଥିବା କାର୍ୟ୍ୟକ୍ରମ ଦ୍ୱାରା ବିଭିନ୍ନ ସୀମାବର୍ତ୍ତି ଅଂଚଳର ଗ୍ରାମବାସୀମାନେ ସିଆରପିଏଫ ସହିତ ନିକଟବର୍ତ୍ତି ହେବା ସହ ଅଂଚଳରେ ମାଓ ଦମନରେ ସିଆରପିଏଫ ପାଇଁ ସହାୟକ ହୋଇପାରିବ । ଫଳରେ ଅଂଚଳରେ ମାଓ ଗତିବିଧି ଓପରେ ରୋକ ଲଗାଯିବା ସହିତ ନିରୀହ ଗ୍ରାମବାସୀଙ୍କୁ ମାଓ ଆକ୍ରମଣରୁ ରକ୍ଷା କରାଯାଇ ପାରିବ ବୋଲି ଆଶା କରାଯାଉଛି । ଏହି କ୍ରମରେ ଖପ୍ରାଖୋଲ ଅଧିନସ୍ଥ କନ୍ଦ୍ରାଭଟା ଗ୍ରାମରେ ୧୮୯ ବେଟାଲିଅନର କମାଡେଣ୍ଟ ଅଫିସର ଯୋଗିନ୍ଦର ସିଂ ମୋର୍ଯ୍ୟ ଡେପୁଟି କମାଣ୍ଡେଣ୍ଟ ପି.ନେଗୀ, ଖପ୍ରାଖୋଲ ବ୍ଲକ ଉନ୍ନୟନ ଅଧିକାରୀ ତରଣୀ ସୁନା ଓ ଖପ୍ରାଖୋଲ ଥାନା ଅଧିକାରୀ ପି. ଲିମସଙ୍ଗଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କୁ ଟିଣ ସିଟ, ପାଣୀ ଟାଙ୍କି, ସୋଲାର ଲଣ୍ଠନ ପ୍ରଦାନ କରାଯାଇଛି । ଏହି ଅବସରରେ କମାଡେ ଶ୍ରୀ ମୋର୍ୟ ଗ୍ରାମବାସୀଙ୍କୁ ନିଜ ଉଦବୋଧନରେ କହିଥିଲେ ଯେ, ଗ୍ରାମବାସୀ ଯେକୌଣସି ଅସୁବିଧାର ସମାଧାନ ପାଇଁ ସିଆରପିଏଫର ସାହାଯ୍ୟ ଲୋଡି ପାରିବେ । ସିଆରପିଏଫ ମଧ୍ୟ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ପାଇଁ ଆପ୍ରାଣ ଉଦ୍ୟମ କରିବ । ସମସ୍ୟାକୁ ସମାଧାନ କରିବା ପାଇଁ ଅବଶ୍ୟକ ସ୍ଥଳେ ଉଚ୍ଚ ଅଧିକାରୀଙ୍କ ସାହାଯ୍ୟ ନେବ । ତେଣୁ ଗ୍ରାମବାସୀ ବିନା ଦ୍ୱିଧାରେ ସିଆରପିଏଫକୁ ଯେକୌଣସି ସମସ୍ୟା କହିପାରିବେ । ଉଭୟ ଗ୍ରାମବାସୀ ଓ ସିଆରପିଏଫର ସହେଯାଗରେ ହିଁ ସମସ୍ତ ସମସ୍ୟାର ନିଦାନ ମିଳି ପାରିବ ବୋଲି ଶ୍ରୀ ମୋର୍ୟ କହିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ଖପ୍ରାଖୋଲ ଆଖପାଖ ଅଂଚଳର ବିଭିନ୍ନ ଗ୍ରାମବାସୀ ଯୋଗ ଦେଇଥିଲେ । ସୂଚନାରୁ ପ୍ରକାଶ ଯେ, ସିଭିଲ ଏକ୍ସନ ପ୍ରୋଗ୍ରାମ -୨୦୨୧ରେ ଏଯାଏଁ କନ୍ଦ୍ରାଭଟା ସହିତ ବାଟିଫାତ, ବୁରୋମାଲ, ବାହ୍ମନୀ, ର୍ତୁଲା, ତମ୍ବିପଦର, ନନ୍ଦୁପଲା, ବର୍ତ୍ତିଆ, ଲୋହର ଡୁଙ୍ଗୁରି, ଯାମୁନପାଲି, ମହରାପଦର ଓ ଛାବ୍ରିପାଲିର ଗ୍ରାମବାସୀମାନେ ଉପକୃତ ହୋଇପାରିଛନ୍ତି ।

Leave A Reply

Your email address will not be published.